ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ ।।
ବରଗଡ,୨୫ ୵ ୭
ଆଜି ପାର୍ଲାମେଣ୍ଟ ଭବନରେ ଲୋକସଭା ର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଙ୍କୁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ଅବସର ରେ ବରଗଡ ସଂସଦୀୟ କ୍ଷେତ୍ରର ଅନେକ ଜନ ସମସ୍ଯା ବିଷୟରେ ସାଂସଦ ଶ୍ରୀ ପ୍ରଦୀପ ବାଚସ୍ପତିଙ୍କୁ ଅବଗତ କରିଥିଲେ ।
ଗତ ଲୋକ ସଭା ନିର୍ବାଚନ ସମୟରେ ପୂର୍ବତନ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ବରଗଡ ମଣ୍ତଳୀ ନିର୍ବାଚନ କୁ ପ୍ରଚାର ପାଇଁ ଆସିଥିବାରୁ ତାଙ୍କୁ ଧନ୍ଯବାଦ ଜଣାଇଥିଲେ । ଏହି ଅବସରରେ ବାଚସ୍ପତିଙ୍କୁ ପ୍ରଭୃ ନୃସିଂହନାଥ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ ।