ସାଧାରଣ ଞାନ ପ୍ରତିଯୋଗିତା
ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଭଟିଲି ବ୍ଲକ ଅର୍ନ୍ତଗତ ତେଜାଗୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏହି ପ୍ରତିଯୋଗିତା ରେ ୫୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମ ରେ ଆମ ଅଞ୍ଚଳର ୩୦ ସଂଖ୍ୟା ଏକ ପ୍ରଶ୍ନ ପତ୍ର ଦିଆଯାଇଥିଲା ଓ ୩୦ ମିନିଟ୍ ର ଏକ ପ୍ରଶ୍ନ ପତ୍ର ପ୍ରଦାନ କରାଯାଇଥିଲା
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ୟୁଟୁଭର ରେଶମା ଦୋରା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଦିଲିପ ଦାଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଯୋଗାଯୋଗ କରି ଛାତ୍ରୀ ଓ ଛାତ୍ରୀ ମାନଙ୍କୁ ସାଧାରଣ ଞାନ ପ୍ରତିଯୋଗିତା ବିଷୟ ରେ ଆଲୋଚନା କରିଥିଲେ,ଏହି କାର୍ଯ୍ୟକ୍ରମ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ସମସ୍ତ ସହ ଶିଯକ ସାହାଯ୍ୟ କରିଥିଲେ,କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ବିଦ୍ୟାଳୟ ରେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସୂଚନ ପ୍ରଦାନ କରାଯାଇଛି,ଏହି ପରିପ୍ରେକ୍ଷିରେ ୫ ଟି ବିଦ୍ୟାଳୟ ରେ ଏହି ପରି ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୫ ଜଣ କୃତି ପ୍ରତିଯୋଗୀ ମାନଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି,ଶେଷରେ ବିଦ୍ୟାଳୟର ଚନ୍ଦ୍ର କାନ୍ତ ସାହୁ ସମସ୍ତ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା
Tags
BARGARH NEWS