ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ
ବରଗଡ଼ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘ ର ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସଂଘ ର ସଭାପତି ଅସିତ୍ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବଳରାମ ଦୀପ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ
ଭାଗବତ ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶବ୍ଦ ନୃତ୍ୟ କୁ ଶାସ୍ତ୍ରୀୟ ନୃତ୍ୟ ର ମାନ୍ୟତା ଜାତୀୟ ସ୍ତର ରେ ମିଳିବା ଉଚିତ୍ ବୋଲି ଉଲ୍ଲେଖ କରିଥିଲେ ।ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡ ପ୍ରଭାସ ସିଂ ଯୋଗ ଦେଇ ୱେବ୍ ମିଡ଼ିଆ ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ସମ୍ବନ୍ଧ ରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଗଣ ମାଧ୍ୟମ ର ସକାରାତ୍ମକ ଭୂମିକା ସହିତ ସମାଜ କଲ୍ୟାଣ ରେ ରହିଥିବା ପ୍ରମୁଖ ଭୂମିକା ସମ୍ବନ୍ଧ ରେ ଆଲୋଚନା କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ବିଜେପି ନେତା ଡି ମୁରଲୀ କ୍ରିଷ୍ଣା ଯୋଗ ଦେଇ ମିଡ଼ିଆ କାମଳ ସାମ୍ବାଦିକତା ରୁ ନିଜକୁ ଦୂରେଇ ରଖି ନିରପେକ୍ଷ ଓ ସତ୍ୟ ଆଧାରିତ ଖବର ପରିବେଷଣ କରିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ ।
ସାମ୍ବାଦିକ ରଞ୍ଜନ ଦେବତା ସାମ୍ବାଦିକ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ସମାଧାନ ଦିଗରେ ସରକାର ଙ୍କ ଉଦାରତା ର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ସଂଘ ର ଉପ ସଭାପତି ଧିରେନ୍ ମହାନ୍ତି ସ୍ଵାଗତ ଅଭିଭାଷଣ ପ୍ରଦାନ ସହିତ ସଂଘ ର ବିବରଣୀ ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମ କୁ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଓ ଅର୍ଚ୍ଚନା ବାଗ ସଂଯୋଜନା କରିଥିବା ବେଳେ ବିଶିଷ୍ଟ କଣ୍ଠ ଶିଳ୍ପୀ ରୁଦ୍ର ପ୍ରତାପ ମହାନନ୍ଦ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଏହି ଅବସର ରେ ବିଭିନ୍ନ ସାମାଜିକ ସଂଗଠନ ଓ ସମାଜ ସେବୀ ବ୍ୟକ୍ତି ବିଶେଷ ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥି ମାନଙ୍କୁ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସଂଘ ର ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଦ୍ବିତୀୟ ଅଧିବେଶନ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ତେବେ ଏହି ଅବସର ରେ ବିଭିନ୍ନ ଜିଲ୍ଲା ର ଶତାଧିକ ୱେବ୍ ମିଡ଼ିଆ ସାମ୍ବାଦିକ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।
Tags
BARGARH NEWS