ନିଗମାନନ୍ଦ ବିହାର ଠାରେ ହନୁମାନ ଚାଳିଶା ପାଠ କରି ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳିତ
ବରଗଡ଼ ୧୪/୪/୨୦୨୫ନିଗମାନନ୍ଦ ବିହାର ଠାରେ ସ୍ଥାନୀୟ ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ରେ ପଡ଼ା ର ବରିଷ୍ଠ ସଦସ୍ୟ ଧର୍ମେନ୍ଦ୍ର ପତି ଙ୍କ ବାସ ଭବନ ରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସର ରେ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇ ମହା ସମାରୋହ ରେ ପାଳିତ ହୋଇ ଯାଇଛି । କୀର୍ତ୍ତନ ପରିଷଦ ର ସଭାପତି ବାଂକା ବିହାରି ସାହୁ ଙ୍କ ନେତୃତ୍ବ ରେ ପରିଷଦ ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସଙ୍କୀର୍ତ୍ତନ ପରିବେଷଣ କରି ଓଡ଼ିଆ ନବ ବର୍ଷ କୁ ସ୍ଵାଗତ କରାଯିବା ସହ ପରସ୍ପର କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ ଅନୁଷ୍ଟିତ ସଂକ୍ରାନ୍ତି ପୂଜା ରେ କର୍ତ୍ତା ଭାବେ ଧର୍ମେନ୍ଦ୍ର ପତି ଓ ତାଙ୍କ ଧର୍ମ ପତ୍ନୀ ଯାମିନି ପତି କର୍ତ୍ତା ଦାୟିତ୍ବ ବହନ କରି ଉପସ୍ଥିତ ସମସ୍ତ ପଡ଼ା ବାସୀ ଙ୍କୁ ପଣା ଓ ମିଷ୍ଟାନ୍ନ ରେ ଆପ୍ୟାୟିତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଉନ୍ନୟନ କମିଟି ସମ୍ପାଦକ ଟିକେଲାଲ ନାଏକ ଉପ ସଭାପତି ଅର୍ଜୁନ ସେଟ୍ ଙ୍କ ଅଧ୍ୟକ୍ଷତା ରେ ଓଡ଼ିଆ ନବବର୍ଷ ଉପଲକ୍ଷେ ଅନୁଷ୍ଟିତ ଆଲୋଚନା ଚକ୍ର ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ଦିଶ୍ରି ଅଧ୍ୟାପକ ସୁରେଶ ବାରିକ ,ପ୍ରଦୀପ ସାହୁ ଡୋଳା ମଣି ବିଶି ,ଦଇତାରୀ ସାହୁ,ରାଜେନ୍ଦ୍ର ସାହୁ କୁଞ୍ଜ ଭୋଇ,ଚନ୍ଦ୍ରମଣି ଦାସ ,ଚନ୍ଦ୍ର ଶେଖର କମ୍ପ କାଳିଆ ସାହୁ, ନବୀନ ସାବତ , ଟଙ୍କ ଧର ବାରିକ ,ଆକା ସେଠୀ ଅଚ୍ୟୁତ ବାରିକ,ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳନ ର ମହତ୍ବ ବିଷୟ ରେ ଆଲୋଚନା କରିଥିଲେ ।ପରିଶେଷରେ ମୃତ୍ୟୁଞ୍ଜୟ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
Tags
BARGARH NEWS