ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶତ ବାର୍ଷିକୀ ମହୋତ୍ସବ ଉଦଯାପିତ
ବରଗଡ଼ ୧୪/୪/୨୦୨୫ ଏପ୍ରିଲ ୧୨ ଓ ୧୩ ଦୁଇଦିନ ଧରି ବରଗଡ଼ ପୁରାତନ (ସିଟି ସ୍କୁଲ ) ର ଶତ ବାର୍ଷିକୀ ମହୋତ୍ସବ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ମହା ସମାରୋହ ରେ ଉଦଯାପିତ ହୋଇ ଯାଇଛି ।ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଙ୍କ ଅଧ୍ୟକ୍ଷତା ରେ ଦୁଇ ଦିନ ଧରି ଅନୁଷ୍ଟିତ ଏହି ମହୋତ୍ସବ ର ଉଦଯାପନୀ ସମାରୋହ ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶତ ବାର୍ଷିକୀ ପାଳନ କରିଥିବା ଏହି ଅନୁଷ୍ଠାନ ର ସମସ୍ତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମିନ କେତନ ପାଠୀ ସମ୍ମାନିତ ଅତିଥି ଭାବେ ରିଜର୍ଭ ପୋଲିସ ଇନ୍ସପେକ୍ଟର ଶାନ୍ତନୁ କୁମାର ପ୍ରଧାନୀ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ପ୍ରଧାନ, ସ୍ଵାଧୀନ ପଣ୍ଡା ,ପଦ୍ମନାଭ ମିଶ୍ର ଅରବିନ୍ଦ ଗୁପ୍ତା ,ଦାମୋଦର ସାହୁ,ପରଦେଶୀ ବାରିକ,ସଞ୍ଜୁ ଭୋଇ ଅନିଲ କୁମାର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୁ ଜନକ ସେଟ୍ ଓ ତନୁ ଶ୍ରୀ ତନୁଜା ନାଗ୍ ସଂଯୋଜନା କରିଥିଲେ । ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ପ୍ରଥମ ଦିବସ ର ଉଦ୍ଘାଟନୀ ସମାରୋହ ରେ ପ୍ରାକ୍ତନ ଅଧ୍ୟକ୍ଷ ଡ ଶିବ ପ୍ରସାଦ ବେହେରା ଡ଼ ଯୁବରାଜ ଖମାରୀ ,ମନୋରଞ୍ଜନ ମହାପାତ୍ର ,ମାନସ କୁମାର ନାଏକ ପ୍ରମୁଖ ଶିକ୍ଷାବିଦ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶିକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।ଶିକ୍ଷକ ପ୍ରଶିକ୍ଷିକା ସୀମାଞ୍ଜଳୀ ବିବରଣୀ ଉପସ୍ଥାପନ କରିଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏହି ଅବସର ରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗୁରୁ ପୂଜନ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ପ୍ରଫେସର ସେବକ ତ୍ରିପାଠୀ, ଡ ଉମେଶ ପ୍ରସାଦ ଖାଡାଙ୍ଗା , ଡ ସୁଜିତ୍ ପୃଷେଟ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏକ ବିଂଶ ଶତାବ୍ଦୀ ରେ ଶିକ୍ଷା ଶିକ୍ଷକ ଓ ଶିକ୍ଷାଦାନ ପ୍ରଣାଳୀ ଓ ନୂତନ ଜାତୀୟ ଶିକ୍ଷା ନୀତି ଏକ ସାମାଜିକ ଆହ୍ବାନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଏହି ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଯୋଗ ଦେଇ ଶତ ବାର୍ଷିକୀ ଉପଲକ୍ଷେ "ସ୍ମୃତି ଚିରନ୍ତନୀ"
ସ୍ମରଣିକା ଉନ୍ମୋଚନ କରିଥିଲେ ।ପୁରାତନ ଛାତ୍ର ଗୋବିନ୍ଦ ସେଟ୍ ଓ ବିଜୟ ରଞ୍ଜନ ଦାସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଉଭୟ ଦିବସ ସନ୍ଧ୍ୟା ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶତ ବାର୍ଷିକୀ ମହୋତ୍ସବ ଉଦଯାପିତ
ବରଗଡ଼ ୧୪/୪/୨୦୨୫ ଏପ୍ରିଲ ୧୨ ଓ ୧୩ ଦୁଇଦିନ ଧରି ବରଗଡ଼ ପୁରାତନ (ସିଟି ସ୍କୁଲ ) ର ଶତ ବାର୍ଷିକୀ ମହୋତ୍ସବ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ମହା ସମାରୋହ ରେ ଉଦଯାପିତ ହୋଇ ଯାଇଛି ।ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଙ୍କ ଅଧ୍ୟକ୍ଷତା ରେ ଦୁଇ ଦିନ ଧରି ଅନୁଷ୍ଟିତ ଏହି ମହୋତ୍ସବ ର ଉଦଯାପନୀ ସମାରୋହ ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶତ ବାର୍ଷିକୀ ପାଳନ କରିଥିବା ଏହି ଅନୁଷ୍ଠାନ ର ସମସ୍ତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମିନ କେତନ ପାଠୀ ସମ୍ମାନିତ ଅତିଥି ଭାବେ ରିଜର୍ଭ ପୋଲିସ ଇନ୍ସପେକ୍ଟର ଶାନ୍ତନୁ କୁମାର ପ୍ରଧାନୀ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ପ୍ରଧାନ, ସ୍ଵାଧୀନ ପଣ୍ଡା ,ପଦ୍ମନାଭ ମିଶ୍ର ଅରବିନ୍ଦ ଗୁପ୍ତା ,ଦାମୋଦର ସାହୁ,ପରଦେଶୀ ବାରିକ,ସଞ୍ଜୁ ଭୋଇ ଅନିଲ କୁମାର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୁ ଜନକ ସେଟ୍ ଓ ତନୁ ଶ୍ରୀ ତନୁଜା ନାଗ୍ ସଂଯୋଜନା କରିଥିଲେ । ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ପ୍ରଥମ ଦିବସ ର ଉଦ୍ଘାଟନୀ ସମାରୋହ ରେ ପ୍ରାକ୍ତନ ଅଧ୍ୟକ୍ଷ ଡ ଶିବ ପ୍ରସାଦ ବେହେରା ଡ଼ ଯୁବରାଜ ଖମାରୀ ,ମନୋରଞ୍ଜନ ମହାପାତ୍ର ,ମାନସ କୁମାର ନାଏକ ପ୍ରମୁଖ ଶିକ୍ଷାବିଦ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶିକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।ଶିକ୍ଷକ ପ୍ରଶିକ୍ଷିକା ସୀମାଞ୍ଜଳୀ ବିବରଣୀ ଉପସ୍ଥାପନ କରିଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏହି ଅବସର ରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗୁରୁ ପୂଜନ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ପ୍ରଫେସର ସେବକ ତ୍ରିପାଠୀ, ଡ ଉମେଶ ପ୍ରସାଦ ଖାଡାଙ୍ଗା , ଡ ସୁଜିତ୍ ପୃଷେଟ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏକ ବିଂଶ ଶତାବ୍ଦୀ ରେ ଶିକ୍ଷା ଶିକ୍ଷକ ଓ ଶିକ୍ଷାଦାନ ପ୍ରଣାଳୀ ଓ ନୂତନ ଜାତୀୟ ଶିକ୍ଷା ନୀତି ଏକ ସାମାଜିକ ଆହ୍ବାନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଏହି ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଯୋଗ ଦେଇ ଶତ ବାର୍ଷିକୀ ଉପଲକ୍ଷେ "ସ୍ମୃତି ଚିରନ୍ତନୀ"
Tags
BARGARH NEWS