ବାବା ସାହେବ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଆମ୍ ଆଦମୀ ପାର୍ଟି
ବରଗଡ଼ : ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ା ଭୀମ ରାଓ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ କଚେରୀ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟା ଦେଇ ଶ୍ରଦ୍ଧାଞ୍ଜଳି ଜଣାଗଲା। ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କର ବୋଲି ବାବା ସାହେବ ଙ୍କ ପଂକ୍ତି କୁ ମନେପକାଇ ଦେଶରେ ଆଗାମୀ ଭବିଷ୍ୟତ କୁ ଗଢି ତୋଳିବା ସମୟ ଆସିଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି। ସେହିପରି ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବ ରେ ଶିକ୍ଷା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରି ବାବା ସାହେବଙ୍କ ସ୍ବପ୍ନ କୁ ସାକାର କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସ୍ୱରୂପ ଭୋଇ, ନାରୀ ନେତ୍ରୀ ମାରିୟମ ବାର୍ଲା,ଅସିତ ସାହୁ, ଆଇନଜୀବୀ ରମେଶ ପତି, ମିଲୁ ନାଗ, ମମତା ବେହେରା, ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ।