ସୁବର୍ଣ୍ଣ ଦୀପ ଶିଶୁ କିଶୋର ପତ୍ରିକା ର ଧନୁଯାତ୍ରା ସଂଖ୍ୟା ଲୋକାର୍ପିତ
ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଶୁକ୍ରବାର ଯୁଗୋପଯୋଗୀ ଶିଶୁ ସାହିତ୍ୟ ପତ୍ରିକା ସୁବର୍ଣ୍ଣ ଦୀପ ର ଧନୁଯାତ୍ରା ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ଓ ସୁବର୍ଣ୍ଣ ଦୀପ ପତ୍ରିକା ର ସଂପାଦକ ପ୍ରଦୀପ୍ତ ଭାନୁ ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ସମାରୋହ ରେ ଶିଶୁ ସାହିତ୍ୟକ
ଗୋପୀନାଥ ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ରଚନା ରେ ହିଁ ତାଙ୍କର ସୃଜନଶୀଳତା ବୃଦ୍ଧି ପାଇଥାଏ ବୋଲି ଉଲ୍ଲେଖ କରି ଲେଖିବା ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଣା ପ୍ରତାପ ସ୍କୁଲ ର ପୁରାତନ ଛାତ୍ର ସଂସଦ ର ସମ୍ପାଦକ ସର୍ଦ୍ଦାର ପ୍ରିତମ ସିଂ , ବିଶିଷ୍ଟ ସାହିତ୍ୟ କ ମନୋରଞ୍ଜନ ମେହେର ଶିକ୍ଷୟିତ୍ରୀ ମୀନା ପଣ୍ଡା ,ଶିକ୍ଷକ କେଦାର ନାଥ ନେଗୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ସାହିତ୍ୟ ପତ୍ରିକା ର ଉପାଦେୟତା ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅବସର ରେ ଶିଶୁ ସାହିତ୍ୟକ ଗୋପୀନାଥ ଦଣ୍ଡ ସେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ଭାରତୀ ଶିଶୁ ସାହିତ୍ୟ ସଂସଦ ର ସଭା ନେତ୍ରୀ ରେଣୁକା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Tags
BARGARH NEWS