ଭଟଲି ବ୍ଲକ ଅନ୍ତର୍ଗତ ଭିଂଜେତୋରା ଗ୍ରାମର ସୁପୁତ୍ର ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବାରୁ ଭିଂଜେତୋରା ଗ୍ରାମ ରେ ଖୁସିର ଲହରୀ ଖେଳିଯାଇଛି |
ଏଥିନିମିତ୍ତ ଗତ ୨୨ ୦୨ ୨୦୨୪ (ମଙ୍ଗଳବାର) ଦିନ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଘନଶ୍ୟାମ ସାହୁ ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭା ରେ ଭଟଲି ର ଯୁବ ବିଧାୟକ ଶ୍ରୀମାନ ଇରାଶିଷ ଆଚାର୍ଯ୍ୟ, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଯୁକ୍ତ ବେହେରା ଙ୍କ କୃତିତ୍ୱ କୁ ସମ୍ବର୍ଧନା ଦେବା ସହିତ ତାଙ୍କ ପିତା ଶ୍ରୀଯୁକ୍ତ ଇନ୍ଦ୍ରଜିତ ବେହେରା ଙ୍କୁ ସମ୍ମାନିତ କରିଥିଲେ | ଏହା ସହିତ ଏକ ଉତ୍ତମ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷା ର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ | ଏହି ଅବସରରେ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଗ୍ରାମ ର ସମସ୍ତ ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେବା ସହିତ ନିଜ ଗ୍ରାମ କିମ୍ବା ଆଖପାଖ ଅଂଚଳର, ଓଡିଶା ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା କୃତି ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ମାର୍ଗଦର୍ଶନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ଉକ୍ତ ସମ୍ବର୍ଧନା ସଭାରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବେହେରା ଙ୍କ ଗୁରୁ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଆଚାର୍ଯ୍ୟ, ଶ୍ରୀଯୁକ୍ତ ପ୍ରେମରାଜ ମେହେର ଓ ଶ୍ରୀଯୁକ୍ତ ଥବିର ଭୁଏ ଯୋଗଦାନ କରି ତାଙ୍କ ସଫଳତା ରେ ଖୁଶିବ୍ୟକ୍ତ କରିଥିଲେ |ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଥବିର କୁମରା, ଶ୍ରୀଯୁକ୍ତ ଉପେନ୍ଦ୍ର ଖମାରି, ଶ୍ରୀଯୁକ୍ତ ଯୋଗେଶ୍ୱେର ପ୍ରଧାନ ଯୋଗଦାନ କରି ନିଜ ବକ୍ତବ୍ୟ ରଖିଥଲେ | ଉକ୍ତ ସଭାରେ ହାସ୍ୟ କବି ଦେବେନ୍ଦ୍ର ସାହୁ ସଭା ସଂଯୋଜନା କରିଥିବା ବେଳେ ଦେବାଶିଷ ମିଶ୍ର ସମ୍ମାନିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ସଭା ରେ ଗ୍ରାମ ର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିବାବେଳେ ଗ୍ରାମର ଯୁବକ ଶ୍ରୀ ସୁରେଶ ସାହୁ, ଶ୍ରୀ ରାଜାରାମ ସାହୁ, ଶ୍ରୀ ଲଳିତ ସାହୁ, ଶ୍ରୀ ପର୍ଶୁରାମ ମଝି, ଶ୍ରୀ ରିଜନ ସାହୁ ଆଦି ସହଯୋଗ କରିଥିଲେ |
Tags
BARGARH NEWS