ବରଗଡ଼ ରେ ନବୀନ ଙ୍କ ଜନ୍ମ ଦିବସ କୁ ଜନ ସେବାର ସଂକଳ୍ପ ଦିବସ ଭାବେ ପାଳନ କଲା ବିଜେଡି
ଦଳୀୟ କର୍ମୀ କଲେ ରକ୍ତଦାନ ଓ ମନ୍ଦିର ରେ ଦୀପ ପ୍ରଜ୍ବଳନ
ବରଗଡ଼ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ କୁ ଜନ ସେବାର ସଂକଳ୍ପ ଦିବସ ଭାବେ ପାଳନ କରାଯାଇଛି । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସର ରେ ୱାର୍ଡ ନ ୧ ନିଲିବନ୍ଧ ପଡ଼ା ଠାରେ ଆୟୋଜିତ ରକ୍ତ ଦାନ ଶିବିର ରେ ୩୮ ୟୁନିଟ ରକ୍ତ ସଂଗୃହୀତ ହୋଇ ଯାଇଛି । ଉତ୍ତମ ଜେନା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କାଉନସିଲର ବେଦ ମତି ସେଟ୍ ପୌର ଅଧ୍ୟକ୍ଷା କଳ୍ପନା ମାଝୀ ଉପ ନଗରପାଲ ରାଜେଶ୍ ଅଗ୍ରୱାଲ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ଜନକ ଅଗ୍ରୱାଲ ମୀନାକ୍ଷୀ ମିଶ୍ର ଅନୁରାଧା ଅଗ୍ରୱାଲ, ଦିଲ୍ଲୀପ ସାୱଡିଆ,ସନ୍ଦୀପ ସାୱଡିଆ ଉଦ୍ଧବ ସେଟ୍ କମଲ ତାଣ୍ଡି ଙ୍କ ସମେତ ପୌର ପରିଷଦ ର ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ରହିଥିଲେ ।ଏଥି ସହ ସନ୍ଧ୍ୟା ରେ ସ୍ଥାନୀୟ କାଳୀ ମନ୍ଦିର ରେ ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଙ୍କ ତତ୍ବାବଧାନରେ ସ୍ଥାନୀୟ କାଳୀ ମନ୍ଦିର ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରି ପୌରାଧ୍ୟକ୍ଷା କଳ୍ପନା ମାଝୀ ଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ ଓ ବିଜେଡି କର୍ମୀ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରିବା ସହ ଦୀପ ପ୍ରଜ୍ବଲନ କରିଥିଲେ ।
Tags
BARGARH NEWS