*ସ୍କାଉଟ ମାଷ୍ଟରଙ୍କୁ ବସନ୍ତ ବିଶ୍ଵାଳ ସମ୍ମାନ :*
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ତତଫରୁ ବରଗଡ଼ ଜିଲ୍ଲାର ସ୍କାଉଟ୍ ମାଷ୍ଟର ତଥା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲେବିଡିର କ୍ରୀଡ଼ା ଶିକ୍ଷକ ଗିରିଧାରୀ ଡନସନାଙ୍କୁ ତାଙ୍କର ନିଷ୍ଠାପର ସେବା ତଥା ସ୍କାଉଟ ଓ ଗାଇଡ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷର ବସନ୍ତ ବିଶ୍ଵାଳ ସମ୍ମାନ -୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ - ୩ ସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ରାଜ୍ୟ ସ୍କାଉଟସ୍ ଓ ଗାଇଡସର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ତଥା ଭାରତ ସ୍କାଉଟ ଏବଂ ଗାଇଡର ଉପସଭାପତି ଡକ୍ଟର ମିନତୀ ବେହେରା , ମୁଖ୍ୟ ବକ୍ତା ଭାବେ ଗାଇଡସର ଅଧ୍ୟକ୍ଷା ଅନାମିକା ଦାଶ, ସମ୍ମାନିତ ଅତିଥି ଭାବରେ ଭାରତ ସ୍କାଉଟସ୍ ଏବଂ ଗାଇଡସର ରାଜ୍ୟ ସଂପାଦକ ଶରତ ଚନ୍ଦ୍ର ପାଇକରାୟ, ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମୁଖ୍ୟ କମିଶନର ତଥା ରାଷ୍ଟ୍ରୀୟ ଉପସଭାପତି ଡକ୍ଟର କାଳୀ ପ୍ରସାଦ ମିଶ୍ରଙ୍କ ଠାରୁ ମାନପତ୍ର ସହ ଟ୍ରଫି ଗ୍ରହଣ କରିଛନ୍ତି।

Ad : Samaleswari Agencies Bargarh | Bargarh Best Wholesale & Retail Stationary Shop
ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ,ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ଅମୃତା ସାହୁ ଲେବିଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଥ ସିକା ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଦୀପ୍ତ ନାୟକ ଶୁଭେଚ୍ଛା ଜଣାଇଛନ୍ତି।

Tags
BARGARH NEWS