ଆନ୍ତଃ ଜିଲ୍ଲା ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ ଶିବିର ଆସନ୍ତା ୧୫ ଓ ୧୬ ସେପ୍ଟେମ୍ବର ରେ ।
****************************** *******
ବରଗଡ : ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ରୁ ଆନ୍ତଃ ଜିଲ୍ଲା ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ବରଗଡ ଜିଲ୍ଲା ଦଳ ର ଖେଳାଳୀ ଚୟନ ପାଇଁ ଏକ ଚୟନ ଶିବିର ଆସନ୍ତା ୧୫ ଓ ୧୬ ସେପ୍ଟେମ୍ବର ଦୁଇଦିନ ଧରି ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଇଚ୍ଛୁକ ଥିବା ଜିଲ୍ଲା ର ଖେଳାଳୀ ମାନେ ଉକ୍ତ ଦିନ ସକାଳ ୭ ଘଣ୍ଟା ସମୟରେ ଷ୍ଟାଡିୟମ୍ ରେ ଉପସ୍ଥିତ ରହିବାକୁ କ୍ରୀଡା ସଂସଦ ପକ୍ଷରୁ କୁହାଯାଇଛି। ଏହା ଦୁଇଟି ପର୍ଯ୍ୟାୟ ସକାଳ ୭ ଘଣ୍ଟା ଓ ଅପରାହ୍ନ ୪ ଘଣ୍ଟା ସମୟ ରେ ଅନୁଷ୍ଠିତ ହେବ । ଖେଳାଳୀ ମାନେ ନିଜର ଆଧାର କାର୍ଡ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଖେଳାଳୀ ଷ୍ଟାଡିୟମ ରେ ଉପସ୍ଥିତ ରହିବାକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଓ ଫୁଟବଲ ସମ୍ପାଦକ ସେକ ସବଦର ଜଣାଇଛନ୍ତି ।
![]() |
Ad : Samaleswari Agencies Bargarh | Bargarh Best Wholesale & Retail Stationary Shop |
Tags
BARGARH NEWS