ସମସ୍ତ ସମସ୍ୟାର ସମାଧାନ ଆଧ୍ୟାତ୍ମିକ ସଚେତନତା
ବରଗଡ଼ ତା: ୦୬.୦୯.୨୦୨୪ ଶୁକ୍ରବାର ଦିନ ବରଗଡ଼ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରଧାନ ଶିକ୍ଷୟିତ୍ରୀ ସାସ୍ବତୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବରଗଡ଼ ଇସ୍କନ ମନ୍ଦିର ର ଅଧ୍ୟକ୍ଷ ସୁ ମଧୂର ଦାଶ ପ୍ରଭୁ ଏହି ସଚେତନତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଓ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧ୍ୟାତ୍ମିକଡା ଅତ୍ୟନ୍ତ ଜରୁରୀ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ ।
![]() |
Ad : Samaleswari Agencies Bargarh | Bargarh Best Wholesale & Retail Stationary Shop |
ବୃଦ୍ଧ ପିତାମାତା ଙ୍କୁ କୈାଣସି ବୃଦ୍ଧାଶ୍ରମ ରେ ନ ଛାଡି ଘରେ ରଖି ସେବା ଯତ୍ନ କଲେ କୋଟି ପୁଣ୍ୟର ଫଳ ମିଳିଥାଏ ଏବଂ ଏହା ପ୍ରତ୍ୟେକ ସନ୍ତାନ ମାନଙ୍କ କର୍ତ୍ତବ୍ୟ ବୋଲି ଉପସ୍ଥିତ ଛାତ୍ର ମାନଙ୍କୁ ବୁଝାଇଥିଲେ ।
ମୁଖ୍ୟ ଅତିଥି ପ୍ରମୋଦ ଅଗ୍ରୱାଲ ଏହି ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର ଭାବେ ନିଜକୁ ଗର୍ବିତ ଅନୁଭବ କରି ସମସ୍ତ ଛାତ୍ର ମାନଙ୍କୁ ଉତ୍ତମ ନାଗରିକ ହେବାପାଇଁ ଉପଦେଶ ଦେଇଥିଲେ ।
ବର୍ତମାନ ଛାତ୍ର ଜୀବନରେ ଯେଉଁ ସମସ୍ୟା ର ସମ୍ମୁଖୀନ ହୋଇ ପଥଭ୍ରଷ୍ଟ ହେଉଛନ୍ତି ତାହା କେବଳ ଆଧ୍ୟାତ୍ମିକ ସଚେତନତା ଦ୍ଵାରା ସମାଧାନ ହୋଇ ପାରିବ ବୋଲି ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଉଦବୋଧନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ର ଶିକ୍ଷକ ପଦ୍ମଜା ପତି,ବିଣାପାଣୀ ସାହୁ, ଅମୃତ ଲାଲ ବେହେରା,ହରିଶ ପାତ୍ର ,ମାନସ ଜାଲ , ବରଗଡ଼ ଇସ୍କନ ଯୋଜନା କମିଟିର ଅଧ୍ୟକ୍ଷ-ଶୁକାନ୍ତ ଦାଶ, ସଂଯୋଜକ ଅଭିଜିତ ପ୍ରତିହାର, କୋଷାଧ୍ୟକ୍ଷ ଶୁଶାନ୍ତ ସାହୁ, ଗୀତାଞ୍ଜଳି ନାୟକ, କୁବେର କ୍ଷେତି, ଯୁଧିଷ୍ଠିର ପ୍ରଭୁ,ଅକ୍ଷୟ ପ୍ରଭୁ, ତୁଷାର ପ୍ରଭୁ ଆଦି ଯୋଗଦେଇଥିଲେ ।
ଶିକ୍ଷକ ସୁରେଶ କୁମାର ଦାଶ ସଂଯୋଜନା ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ !
AD
--------×××--------
Tags
BARGARH NEWS