ସଂସ୍କୃତ ଭାରତୀ ଆନୁକୁଲ୍ୟରେ ବରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ଠାରେ ରବିବାର ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇ ଯାଇଛି ।
ଜିଲ୍ଲା ସଭାପତି ଅଧ୍ୟାପକ ରାଜୀବ ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂଯୋଜକ ହେମନ୍ତ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟ କ୍ରମ କୁ ସଂସ୍କୃତ ଭାରତୀ ପ୍ରାନ୍ତୀୟ ଅଧ୍ୟକ୍ଷ ଆୟୁଶ୍ମନ୍ତ ଷଡ଼ଙ୍ଗୀ ଶୁଭ ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସମାରୋହ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷା ର ମହନୀୟତା ପ୍ରତିପାଦନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ରଞ୍ଜନ ବିଶ୍ଵାଳ ,ଏଇ ମିଶନ ସ୍କୁଲ ନିର୍ଦ୍ଦେଶକ ଯଶବିର ସିଂ ସାମ୍ବାଦିକ ବିଭୁ ରଞ୍ଜନ ତାରାସିଆ ରାଜ୍ୟ ସଂସ୍କୃତ ଶିକ୍ଷକ ସଂଘ ଯୁଗ୍ମ ସଂପାଦକ ପଣ୍ଡିତ ଗୋପବନ୍ଧୁ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରା ଯାଇଥିବା ବେଳେ ଅଧ୍ୟାପକ ଅଶୋକ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।
Tags
BARGARH NEWS