ବିଶିଷ୍ଟ ସଙ୍କୀର୍ତ୍ତନ କଳାକାର ଗଜରାଜ ସାହୁ ଙ୍କ ପରଲୋକ
ବରଗଡ଼ ପୌର ପରିଷଦ ୱାର୍ଡ ନ ୧୬ ବ୍ରହ୍ମ ଚାରି ନିବାସୀ ବିଶିଷ୍ଟ ସଙ୍କୀର୍ତ୍ତନ କଳାକାର ,ଗାୟକ ତଥା ଗୁରୁ ଗଜରାଜ ସାହୁ ଙ୍କ ଗୁରୁବାର ୭୯ ବର୍ଷ ବୟସ ରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ଦୁଇପୁତ୍ର ଭାଗିରଥି ସାହୁ ଓ ବୃନ୍ଦାବନ ସାହୁ ଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ତେବେ ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ମନୋଜ ଖମାରୀ ,ହେମଲୟ ଶଣ୍ଢ ,କୁନୁ ସାହୁ
ବେଣୁ ଧର ଦୀପ ଜୟ କୁମାର ଦୋରା,ଅଭି ସା ,ବିଜେ କୁମ୍ଭାର ପ୍ରମୁଖ ଙ୍କ ସମେତ ବହୁ ସଙ୍କୀର୍ତ୍ତନ ପ୍ରେମୀ ଓ ଭକ୍ତ ସ୍ବର୍ଗତ ସାହୁ ଙ୍କ ବାସ ଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଅଧ୍ୟକ୍ଷ ଚୈତନ୍ୟ ପାଇକ ଓ ସମ୍ପାଦକ ଗୋପବନ୍ଧୁ ପୁରୋହିତ ସ୍ବର୍ଗତ ସାହୁ ଙ୍କ ବିୟୋଗ ରେ ଶୋକ ପ୍ରକାଶ କରିବା ସହିତ ବରଗଡ଼ ଜିଲ୍ଲା ଜଣେ ଦକ୍ଷ ସଙ୍କୀର୍ତ୍ତନ କଳାକାର ଙ୍କୁ ହରାଇଲା ବୋଲି ଉଲ୍ଲେଖ କରିଛନ୍ତି ।
Tags
BARGARH NEWS