ୟୁଜର୍ସ ଫି ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲା ଆପ୍
ବରଗଡ଼ : ବରଗଡ଼ ପୌର ପରିଷଦ ରେ ୟୁଜର୍ସ ଫି କୁ ନେଇ ହୋଇ ଥିବା ଦୁର୍ନୀତି ଅଭିଯୋଗ ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି। ଫି ଆଦାୟ କରି ରସିଦ ରେ ଟେମ୍ପରିଙ୍ଗ କରି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ତେଣୁ ଏହି ଦୁର୍ନୀତି କେତେ ଦିନରୁ ଚାଲିଥିଲା ଓ କେଉଁ ବଡ଼ ବଡ଼ିଆ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କେତେ ଟଙ୍କା ର ହେରଫେର ହୋଇଛି ତାହାର ରିକଭରୀ କରିବାକୁ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ସ୍ୱଚ୍ଛ ଭାରତ ନାମ ରେ ସରକାର ପରିମଳ ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛନ୍ତି ଏବଂ ପୌର ପରିଷଦ ର ରାଜସ୍ବ କୁ ବଢେଇବା ପାଇଁ ୟୁଜର୍ସ ଫି ସଂଗ୍ରହ ମଧ୍ୟ କରୁଛନ୍ତି କିନ୍ତୁ ଅସାଧୁ ଓ ଅସ୍ୱଚ୍ଛ ଉପାୟ ଅବଲମ୍ବନ କରୁଥିବାରୁ ପୌର ପାଳିକା ର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତା ସଂକୁଚିତ ହେଉଥିବା ବେଳେ ସରକାରୀ କର୍ମଚାରୀ ମାନେ ଅଧିକ କ୍ଷମତାଶାଳୀ ହେଉଥିବା ରୁ ପୌର ପରିଷଦ ଏବେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛି। ଏହି ଦୁର୍ନୀତି ର ପର୍ଦାଫାଶ କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ସାହୁ ଦାବୀ କରିଛନ୍ତି।
Tags
BARGARH NEWS