ଲୋକ ଙ୍କ ସୁଖ ଦୁଃଖ ର ବନ୍ଧୁ ରମଣୀ ରଞ୍ଜନ ହୋତା ll
ପଦ୍ମପୁର : ---( ଜୟନ୍ର ସେଠ୍ )ଦାନ ଏକ ମହତ ଦାନ, ନିଜେ ବଞ୍ଚି ଅନ୍ୟ କୁ ବଞ୍ଚାଇବା ଏକ ଛୋଟ ପ୍ରଆସ କରୁଛନ୍ତି ହୋତା ବାବୁ l ପଦ୍ମପୁର ଉପଖଣ୍ଡ ଦହିତl ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଛଞ୍ଚା ଗ୍ରାମ ର ଶ୍ରୀଯୁକ୍ତ ଟିକେଶ୍ୱର ହୋତା ଓ ଶ୍ରୀମତୀ ପଦ୍ମସିନୀ ହୋତା ଙ୍କ ସୁପୁତ୍ର ରମଣୀ ରଞ୍ଜନ ହୋତା, ବୟସ(42) l ସ୍କୁଲ ରେ ପାଠ ପଢୁଥିବା ସମୟରୁ ପରୋପକାରିତl ଗୁଣ ଦେଖିବାକୁ ମିଳିଥିଲା l ସ୍କୁଲ ସହପାଠୀ ଙ୍କ ସୁଖ ଦୁଃଖ ରେ ଛିଡା ହେବା ଓ ସାହାଯ୍ୟ କରିବା ଜଣା ପଡିଥିଲା l ଗାଁର କିମ୍ବା ଆଖ ପାଖ ଅଞ୍ଚଳରେ ଯାହାର କିଛି ମେଡିକାଲ ସେବା ଦରକାର ପଡେ ଖବର ପାଇଲା ମାତ୍ରେ ତୁରନ୍ତ ଯାଇ ସାହାଯ୍ୟ ସହଯୋଗ କରନ୍ତି l ଆଜି ପଦ୍ମପୁର ମେଡିକାଲ ରେ 23ତମ ଥର ରକ୍ତ ଦାନ କରିଛନ୍ତି l ରକ୍ତ ଦାନ କରି ସମାଜ ପାଇଁ ଏକ ପରୋପକlରି ମଣିଷ ର ପରିଚୟ ସୃଷ୍ଟି କରି ପାରିଛନ୍ତି l ଯୁବପିଢ଼ି କୁ ବାର୍ତ୍ତା ଦେଇଛନ୍ତି ରକ୍ତ ଦାନ କରି ନିଜେ ସୁସ୍ଥ ରହି ଅନ୍ୟ ଲୋକ ଙ୍କୁ ସୁସ୍ଥ ରହିବା ପାଇଁ ଏକ ପ୍ରୟାସ ଜାରି ରଖିଛନ୍ତି l