Shree Shyam Sandesh News

Translate

ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ବୈଠକ

ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ବୈଠକ 

ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବ ମହାସଂଘ 


ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ଙ୍କ ଅଧ୍ୟକ୍ଷତା ରେ କଳାକାର ମହାସଂଘ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଅନୁଷ୍ଟିତ ହୋଇଯାଇଛି ।ଏହି ବୈଠକ ରେ ବିଭିନ୍ନ ବର୍ଗ ର କଳାକାର ଏକତ୍ରିତ ହୋଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ପାଇକ ସମସ୍ତ ଙ୍କୁ ସ୍ଵାଗତ କରିବା ସହ ଆଗାମୀ ଦିନ ରେ ବରଗଡ଼ ରେ ନିର୍ମାଣ ହେବାକୁ ଥିବା ଲୋକ କଳା ଭବନ ଓ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କୁ ମିଳିଥିବା ସରକାରୀ ଜମି  ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରି ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ନାମ ରେ ଯୋଗାଇ ଦିଆଯାଇଥିବା ସରକାରୀ ଜାଗା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରି ସରକାର ଙ୍କ ଠାରେ ପ୍ରିମିୟମ ଦାଖଲ ପ୍ରକ୍ରିୟା ସମ୍ବନ୍ଧ ରେ ସମସ୍ତ କଳାକାର ଙ୍କୁ ଅବଗତ କରାଇବା ସହ କଳାକାର ମାନେ ବ୍ୟକ୍ତିଗତ ଯଥା ସାଧ୍ୟ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ନିବେଦନ କରିଥିଲେ ।ନିର୍ଦ୍ଧାରିତ ସମୟ ଅବଧି ରେ ସରକାର ଙ୍କ ଦ୍ଵାରା ନିର୍ଦ୍ଧାରିତ ପ୍ରିମିୟମ ଦାଖଲ ପାଇଁ ସଭ୍ୟ ମାନଙ୍କ ମତ ଲୋଡିଥିଲେ ।ତେବେ ଏହି ବୈଠକ ରେ ଉପସ୍ଥିତ କଳାକାର  ଦେଢ଼ ଲକ୍ଷ ଟଙ୍କା  ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରିଥିବା ବେଳେ ଆବଶ୍ୟକ ଆହୁରି ଅର୍ଥ ଯୋଗାଡ଼ ପାଇଁ ଉଦ୍ୟମ ଜାରି ରହିବ ବୋଲି ସୂଚନା ପ୍ରଦାନ କରିବା ସହ ଆଗ୍ରହୀ କଳାକାର ମାନେ ଯଥା ଶୀଘ୍ର ସହଯୋଗ ରାଶି ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କୁ ପ୍ରଦାନ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ପାଇକ ନିବେଦନ କରିଛନ୍ତି ।

ଏହି ଅବସର ରେ  ପଶ୍ଚିମ ଓଡ଼ିଶା ର ପ୍ରତି ଜିଲ୍ଲା ଓ ବ୍ଲକ ସ୍ତର ରେ କଳାକାର ମାନେ ସ୍ଥାନୀୟ ବିଧାୟକ ଓ ସାଂସଦ ମାନଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରି  କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିବା  ସହିତ  କଳାକାର ମହାସଂଘ ତରଫରୁ ଓଡ଼ିଶା ର ମାନ୍ୟବର ସଂସ୍କୃତିମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ବରଗଡ଼ ରେ ନିର୍ମାଣ ହେବାକୁ ଥିବା କଳାକାର ଭବନ  ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କୁ ମିଳିଥିବା ସରକାରୀ ଜମି ର ଆବଶ୍ୟକ  ବଳକା ପ୍ରିମିୟମ ଛାଡ କରିବା ଓ ଲୋକ କଳା ଭବନ ନିର୍ମାଣ ପାଇଁ ଆବଶ୍ୟକ  ଆର୍ଥିକ  ଅନୁଦାନ ଯୋଗାଇ ଦେବା ସହିତ କଳାକାର ଭତ୍ତା ବୃଦ୍ଧି ପାଇଁ  ନିବେଦନ କରାଯିବ ବୋଲି ଉଲ୍ଲେଖ କରି  ଆଗାମୀ ଦିନ ରେ ବରଗଡ଼ ରେ ଏକ ବିରାଟ କଳାକାର ସମାବେଶ ଆୟୋଜନ ଓ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପାଇଁ ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ।ଏହି ବୈଠକ ରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ କାଳୀଚରଣ ବାଗ,ନୃତ୍ୟ ନିର୍ଦ୍ଦେଶକ ଗାନ୍ଧୀ ବାରିକ , ନାଟ୍ୟ ନିର୍ଦ୍ଦେଶକ ଭୁବନ ଭୋଇ ,ବାସୁଦେବ ପ୍ରଧାନ ,ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ପାଇକ,କଣ୍ଠ ଶିଳ୍ପୀ ବାଲେଶ୍ଵର କୁଆଁର  ନରେନ୍ଦ୍ର କଣ୍ଟା  ନୃତ୍ୟ ନିର୍ଦ୍ଦେଶକ ରାଜେଶ୍ ବାରିକ ବିଶିଷ୍ଟ ମାନ୍ଦଲ ବାଦକ ଖଗେଶ୍ବର ସାହୁ, ସଙ୍କୀର୍ତ୍ତନ ଗାୟକ ଲଳିତ ମୋହନ ପଣ୍ଡା, ପଞ୍ଚାନନ ମହାପାତ୍ର ,ଅଭିନେତା  ସନ୍ତୋଷ ସାହୁ ,ଚିତ୍ର ଶିଳ୍ପୀ ରାଧେ ଶ୍ୟାମ ଭେଶ୍ରା ଙ୍କ ସମେତ  ବିଭିନ୍ନ ବର୍ଗ ର ଶତାଧିକ କଳାକାର ଯୋଗ ଦେଇଥିବା ବେଳେ ସଂଯୋଜକ ପ୍ରମୋଦ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!