ରାଣା ପ୍ରତାପ ସ୍କୁଲ ରେ ଶିକ୍ଷା ଶପଥ ସପ୍ତାହ ଉଦ୍ଘାଟିତ
ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶପଥ ସପ୍ତାହ ଉଦ୍ଘାଟିତ ହୋଇ ଯାଇଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ
ସୂ ଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ପ୍ରଥମ ଦିନ ର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ କୁ ୱାର୍ଡ ନ ୧ କାଉନସିଲର ବେଦମତି ସେଟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ଶିକ୍ଷୟିତ୍ରୀ ସୁନୀତା ମିଶ୍ର ବବିତା ନାଏକ ଓ ତପସ୍ଵିନୀ ତ୍ରିପାଠୀ
ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜ୍ୟୋତ୍ସ୍ନା ତ୍ରିପାଠୀ ଓ ନିଳୀମା ପ୍ରଧାନ ଏହି ସପ୍ତାହ କେଉଁ ଦିନ କଣ ପାଳନ ହେବ ସେ ବିଷୟ ରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ ଶତାଧିକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କୁ ଅତିଥି ବୃନ୍ଦ ବୁଲି ଦେଖିଥିଲେ । ଛାତ୍ରୀ ଅଶ୍ଳେଷା ମହାନନ୍ଦ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ସାଳିନି ସା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Contact For LIVE Telecast 🔴 in our YouTube Channel platform
Tags
BARGARH NEWS