Shree Shyam Sandesh News

Translate

BARGARH NEWS : ବନ ମହୋତ୍ସବ ଉପଲକ୍ଷେ "ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ

*ବନ ମହୋତ୍ସବ ଉପଲକ୍ଷେ "ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ "

ଜୈବ ବିବିଧତାର ସୁରକ୍ଷା ନିମନ୍ତେ ବ୍ୟାପକ ଭାବରେ ବନୀକରଣ ଆବଶ୍ୟକ। ଏହାକୁ ଉପଲବଧି କରି ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜିରାତରା ପ୍ରାଥମିକ ବିଦ୍ୟାଳୟରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଯମୁନା ଭୁଏଙ୍କ ସଂଯୋଜନା କ୍ରମେ ପରିବେଶ ସଚେତନତା ମଞ୍ଚ, ଭଟଲି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜନ କଲ୍ୟାଣସେବା ଟ୍ରଷ୍ଟ ବରଗଡ଼ର ସଭାପତି ଶ୍ରୀଯୁକ୍ତ ମୁକୁନ୍ଦ ଦାଶ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତାକୁ ସମସ୍ତେ ଉପଲବଧି କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । 
ଏହି ଅବସରରେ ପରିବେଶବିତ୍ ଶ୍ରୀଯୁକ୍ତ ସଞ୍ଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ " ମାଁ ପାଇଁ ଗଛଟିଏ " କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଲେମ୍ବୁ, ଆମ୍ବ, ପଣସ, ଅଁଳା, କୁସୁମ, କରଞ୍ଜ,ଅମୃତଭଣ୍ଡା ଆଦି ୫୦ଟି ଚାରା ରୋପଣ କରାଯାଇଥିଲା।ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ସାହୁ, ଆଶ୍ରମ ବିଦ୍ୟାଳୟ ଗୋପାଳପୁରର ପ୍ରଧାନ ଶିକ୍ଷକ ପ୍ରକୃତିପ୍ରେମୀ ଶ୍ରୀଯୁକ୍ତ ଉଚ୍ଛବ ଭୁଏ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୋଜରାଜ ମଲ୍ଲିକ, ପଞ୍ଚବଟୀ ବନ ସୁରକ୍ଷା ସମିତି ବେଲବାହାଲିର ସଂପାଦକ ଶ୍ରୀଯୁକ୍ତ ଖତୁ ବିଶ୍ବାଳ,କୈଳାସ ଚନ୍ଦ୍ର ନାଗ, ରାମ ବିଶି, ଧନପତି ବୁଡେକ, ଆନନ୍ଦ ବାରିକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶ୍ରୀଯୁକ୍ତ ଉଚ୍ଛବ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

AD :- Samaleswari Agencies Bargarh 
Contact For Advertisement :- 8249070178 / 9437104278


Contact For LIVE Telecast 🔴 in our YouTube Channel platform 


Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!