ରାମ ନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ସନ୍ଦର୍ଭରେ ଜିଲ୍ଲାପାଳ ଅନୁରୋଧ
ବରଗଡ଼ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଦୟାମୟ ଜୀବନ ଓ ଉଚ୍ଚ ଆଦର୍ଶ ଆମ ସମାଜ ଓ ସଂସ୍କୃତି ପାଇଁ ଏକ ଅନନ୍ୟ ପ୍ରେରଣା ଏବଂ ମାନବୀୟ ମୂଲ୍ୟବୋଧର ପ୍ରତିକ। ଆସନ୍ତା ୦୬.୦୪.୨୦୨୫ ରେ ଆମେ ଶ୍ରୀରାମ ନବମୀ ଓ ୧୪.୦୪.୨୦୨୫ ରେ ମହାବିଷୁବ ସଂକ୍ରାନ୍ତି/ହନୁମାନ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ। ଏହି ଉତ୍ସବଗୁଡ଼ିକ ଭକ୍ତି, ଭାବନା ଏବଂ ଏକତା ର ଏକ ମହାନ ପ୍ରତିକ ଭାବେ ଦେଖାଯାଏ, ଯେଉଁଥିରେ ବରଗଡ଼ ସହର ଏକ ଅଖଣ୍ଡ ଭକ୍ତିମୟ ପରିବେଶରେ ମେଳି ଯିବ।
ଏହି ପବିତ୍ର ଅବସରର ଧାର୍ମିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ଅତ୍ୟନ୍ତ ବିଶେଷ। ଏଥିପାଇଁ, ଏହି ଦିନଗୁଡ଼ିକର ପବିତ୍ରତା ଓ ଉଦ୍ଦେଶ୍ୟ ରକ୍ଷା କରିବା ନିମନ୍ତେ ଆମିଷ ବ୍ୟବସାୟ ବନ୍ଦ ରଖିବା ଅବଶ୍ୟକ। ଏହା ଦ୍ୱାରା ସମୁଦାୟର ଧାର୍ମିକ ଆସ୍ଥା ଓ ସଂସ୍କୃତିକ ଏକତା ଅଖଣ୍ଡ ରହିବ, ଏବଂ ସାମାଜିକ ସମ୍ପ୍ରୀତି ଅନୁପ୍ରାଣିତ
ଏହି ବିନମ୍ର ଅନୁରୋଧ ଯେ, ଗମ୍ଭୀରତାର ସହିତ ବିଚାର କରି, ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆମେ ଆଶା କରୁଛୁ। ଏହା ଦ୍ୱାରା ଆମ ସମାଜର ସଂସ୍କୃତିକ ଏକତା, ସମ୍ମାନ ଓ ଭାବନା ରକ୍ଷିତ ହେବ।
Tags
BARGARH NEWS