Shree Shyam Sandesh News

Translate

BARGARH NEWS କେନସର ଫାଇଟର୍ସ ଗୃପ ସଂପାଦକ ବିଶ୍ବଜିତ ବାରିକ ଙ୍କ ଅକାଳ ବିୟୋଗ।

କେନସର ଫାଇଟର୍ସ ଗୃପ ସଂପାଦକ ବିଶ୍ବଜିତ ବାରିକ ଙ୍କ ଅକାଳ ବିୟୋଗ। 
ବରଗଡ- ବରଗଡ ଜିଲ୍ଲା କେନସର ପ୍ରବଣ ଜିଲ୍ଲା ରୂପେ ସମଗ୍ର ଭାରତବର୍ଷରେ ପରିଚିତ। ଏ ଅଞ୍ଚଳରେ କେନସର ପିଡୀତ ଓ ମ୍ରୁତକଙ୍କ ସଂଖ୍ଯା ଯେଉଁ ମାତ୍ରାରେ ବ୍ରୁଦ୍ଧି ପାଉଛି ଆଗାମୀ ଦିନରେ ଲୋକ ଏ ଅଞ୍ଚଳ ବସବାସ କରିବା ପାଇଁ ଭୟ କରିବେ। ନିଜେ କେନସର ପିଡୀତ ହୋଇ ଅନ୍ୟ ପିଡୀତ ଙ୍କୁ ମାର୍ଗ ଦର୍ଶନ ଦେଉଥିବା ଓ ଆବଶ୍ଯକ ସ୍ଥଳେ ସମସ୍ତ ପ୍ରକାର ସହାୟତା ଦେଉଥିବା ଜଣେ କେନସର ପିଡୀତ ହେଲେ ବିଶ୍ବଜିତ ବାରିକ। ତାଙ୍କର ଆଜି ନିଧନ ହୋଇ ଯାଇଛି। 
ସ୍ବର୍ଗତ ବିଶ୍ବଜିତ ବାରିକ ଦୀର୍ଘ ବର୍ଷ ହେଲା କେନସର ସହିତ ଲଢେଇ କରି ଆସୁଥିଲେ। ତା ସତ୍ତ୍ବେ ମଧ୍ଯ ସେ କିଛି କେନସର ପିଡୀତ ଙ୍କ ସହିତ ମିଶି ଫାଇଟର୍ସ ଗୃପ ନାମକ ଏକ ସଂସ୍ଥା ର ପ୍ରତିଷ୍ଠା କରିଥିଲେ। ପୂର୍ବରୁ ସେ ଏହି ଫାଇଟର୍ସ ଗୃପ ର ଉପସଭାପତି ଓ ବର୍ତ୍ତମାନ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଳାଇ ଲୋକଙ୍କ ସେବା କରି ଆସିଥିଲେ। ସ୍ବର୍ଗତ ବାରିକ ବିଭିନ୍ନ ସମୟରେ ବିଭିନ୍ନ ନିୟନ୍ତ୍ରିତ ବଜାର କମିଟି ର ସଂପାଦକ ରୂପେ କାର୍ଯ୍ୟ କରି ବହୁ ଲୋକପ୍ରିୟ ସରକାରୀ ଅଧିକାରୀ ରୂପେ ନିଜର ପରିଚୟ ପ୍ରତିଷ୍ଠା କରିଥିଲେ। କେନସର ପିଡୀତ ହୋଇ ମଧ୍ଯ ସେ ରୋଟାରୀ କ୍ଲବ ବରଗଡ ର ସଭାପତି ଦାୟିତ୍ୱ କୁ ଖୁବ ଦକ୍ଷତାର ସହିତ ସଂପାଦନ କରି ପ୍ରଶଂସିତ ହୋଇଛନ୍ତି। ଏହା ବ୍ୟତୀତ ସେ ବହୁ ସ୍ବେଚ୍ଛାସେବୀ ସଂଗଠନ ସହିତ ସାମିଲ ହୋଇ ଲୋକ ସେବାରେ ନିଜକୁ ନିୟୋଜିତ କରି ଆସୁଥିଲେ। ଦୀର୍ଘ ବର୍ଷ ହେଲା ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲ ରେ ନିଜର ଚିକିତ୍ସା କରି ଆସୁଥିଲେ। ଗତ ୧ ଅପ୍ରେଲ ଦିନ ଚିକିତ୍ସା ସମୟରେ ହ୍ରୁଦାଘାତ ହୋଇ ତାଙ୍କର ମ୍ରୁତ୍ୟୁ ଘଟିଛି। ତାଙ୍କର ମ୍ରୁତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ସେ ତାଙ୍କର ପଛ ନିଜର ପତ୍ନୀ ପ୍ରତିଭା ବାରିକ ଓ ଦୁଇ ଝିଅ ଆକାଂକ୍ଷା ଓ ସମୀକ୍ଷା କୁ ଛାଡି ଯାଇଛନ୍ତି। ତାଙ୍କର ଦୁଇ ଝିଅ ତାଙ୍କର ଶବ ସଂସ୍କାର କରି ଏକ ନୂତନ ଉଦାହରଣ ସ୍ରୁଷ୍ଟି କରିଛନ୍ତି। ତାଙ୍କର ମ୍ରୁତ୍ୟୁ ରେ କେନସର ସରଭାଇବର୍ସ ଫାଇଟର୍ସ ଗୃପ ଗଭୀର ଶୋକ ପ୍ରକାଶ କରିଛି।

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!