ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ ର ପ୍ରତିଷ୍ଠାତା ସ୍ବର୍ଗତ ସୂର୍ଯ୍ୟ ପ୍ରକାଶ ମହାପାତ୍ର ଙ୍କ 15 ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ
* ଅଦ୍ୟ ତା 19/4/25 ଶନିବାର ସକାଳ 10 ଟା ସମୟ ରେ ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ଼ ପରିସର ମଧ୍ୟରେ ସ୍ବେଛାସେବୀ ଜନକଲ୍ୟାଣ ସଂଗଠନ ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ ଓ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସମିତି ର ପ୍ରତିଷ୍ଠାତା ତଥା ଦିବ୍ୟାଙ୍ଗ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସୂର୍ଯ୍ୟ ପ୍ରକାଶ ମହାପାତ୍ର ଙ୍କ 15 ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ସମିତି ସଭାପତି କିଶୋର ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ବରଗଡ଼ ଶ୍ରୀଯୁକ୍ତ ସାଧୁ ଚରଣ ନେପାକ, ସମ୍ମାନୀୟ ଅତିଥି ଭାବେ ବରଗଡ଼ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସମାଜସେବୀ ପବିତ୍ର ଦେହେରୀ, ବିଦ୍ୟାଳୟ ର ସଭାପତି ଡା ଦିଲୀପ କୁମାର ପଣ୍ଡା, ଜ଼ିଲ୍ଲା ଓକିଲ ସଂଘ ର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ସମିତି ର ସଦସ୍ୟ ଅନୁପ କୁମାର ଶତପଥୀ,ସମ୍ପାଦକ ଇଂ ଅରୁଣ କୁମାର ହୋତା, ସମିତି ର ପ୍ରତିଷ୍ଠାତା ସଦସ୍ୟ ଶରତ କୁମାର ସାହୁ, ହେମନ୍ତ ପଧାନ, ପରମାନନ୍ଦ ସାହୁ, ଉପସଭାପତି ମେଘନାଦ ସାହୁ, ସମିତି ସମ୍ପାଦକ ଅଭୟ କୁମାର ପଧାନ, ସୁବର୍ଣ୍ଣ ଦୀପ ପତ୍ରିକା ର ସମ୍ପାଦକ ତଥା ସାମ୍ବାଦିକ ପ୍ରଦୀପ୍ତଭାନୁ ମହାନ୍ତି , ସହସମ୍ପାଦକ ନେପାଳ ଦୁଆନସ୍କୁଲ କମିଟି ସଦସ୍ୟ ସମାରୁ ପଧାନ,, ମନୋରଞ୍ଜନ ସାହୁ ତାରାକାନ୍ତ ସାହୁ, ରମେଶ ଦାଶ , ଦୁଃଖିସେବକ ସାହୁ ଶିବାୟନୀ ପଣ୍ଡା ଯୋଗଦେଇ ସ୍ବର୍ଗତ ମହାପାତ୍ର ଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କର ସମାଜପ୍ରତି ତ୍ୟାଗ ଓ ଅବଦାନ ଉପରେ ଆଲୋକପତ କରିଥିଲେ। ପ୍ରକାଶ ଥାଉକି ସମିତି ପକ୍ଷରୁ 1991 ମସିହାରର ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ସ୍ଥାପନା କରାଯାଇଥିଲା।କାର୍ଯ୍ୟକ୍ରମ ପୂର୍ବରୁ ଅତିଥିଗଣ ସ୍ବର୍ଗତ ମହାପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଦୀପପ୍ରଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପାଇଁ ଜଳଖିଆ ସହିତ ଭୋଜନ ର ବ୍ୟବସ୍ଥା କରାଯିବା ସହ, ଜମୁର୍ଡ। ସ୍ଥିତ କୁଷ୍ଠ ସେବାଗ୍ରାମ ର ଅନ୍ତେବାସୀ ମାନଙ୍କୁ ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ କର୍ମଚାରୀ ଗଣ ଓ ବୁଦ୍ଧିଜୀବୀ ସକ୍ରିୟ ଯୋଗଦାନ କରି ଥିଲେ।