ମାହେଶ୍ୱରୀ ନର୍ସିଂ କଲେଜରେ ପଠନ ଦକ୍ଷତା ତାଲିମ କାର୍ଯ୍ୟକ୍ରମ
ବରଗଡ଼ : ସ୍ଥାନୀୟ ଭଟଲି ଛକ ନିକଟରେ ଥିବା ମାହେଶ୍ୱରୀ ନର୍ସିଂ କଲେଜରେ ବିଏସି ନର୍ସିଂ ଛାତ୍ରଛାତ୍ରୀମାନଙ୍କ ପଠନ ଦକ୍ଷତା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପଙ୍କଜ କୁମାର ବାଗ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ଗୃପ ଅଫ୍ ଇଷ୍ଟିଚ୍ୟୁସନର ଚେୟାରମେନ ଫକୀର କର୍ଣ୍ଣ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ତଥା ଲେଖକ ଜୟପ୍ରକାଶ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କିପରି ପଠନ ଦକ୍ଷତା ବୃଦ୍ଧି କରିପାରିବେ ସେ ବିଷୟରେ ବିଶଦ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କଲେଜର ଅଧ୍ୟାପିକା ଓ ଗ୍ଲୋରୀ ମୁଖ୍ୟ ପ୍ରଶିକ୍ଷକଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶୁଭମ ଷଡଙ୍ଗୀ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
Tags
BARGARH NEWS