ମ୍ୟାଟ୍ରିକ ପରୀକ୍ଷା ପାଇଁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ
ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ
ଆସନ୍ତା ୨୧ ତାରିଖ ରୁ ଚଳିତ ବର୍ଷ ର ମ୍ୟାଟ୍ରିକ ପରୀକ୍ଷା ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଶୁକ୍ରବାର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଓ ସନ୍ଦେହ ମୋଚନ ପାଇଁ ବିଦ୍ୟାଳୟ ତରଫରୁ ସ୍ବତନ୍ତ୍ର ଏକ ଦିବସୀୟ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି ।ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଏକ ଦିବସୀୟ କର୍ମଶାଳା ରେ ୩୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ମନରେ ରହିଥିବା ବିଭିନ୍ନ ବିଷୟ ର ସନ୍ଦେହ ଗୁଡ଼ିକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋଚନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ସତ୍ୟେନ୍ଦ୍ରିୟ ଦେବତା ଇଂରାଜୀ ଓ ଗଣିତ ବିଷୟ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଦୀପିକା କୁଲୁ,ଜ୍ୟୋତ୍ସ୍ନା ତ୍ରିପାଠି,ନିଳୀମା ପ୍ରଧାନ ଜ୍ୟୋତି ବେହେରା ତପସ୍ଵିନୀ ତ୍ରିପାଠୀ ଗୀତା ଜାଲ, ଭାରତୀ ସେଟ୍ ବବିତା ନାଏକ ସୀମା ସାହୁ ପ୍ରମୁଖ ଉପସ୍ଥିତ ରହି କିପରି ସ୍କୁଲ ର ଶତ ପ୍ରତିଶତ ପରୀକ୍ଷା ଫଳ ହୋଇ ପାରିବ ସେଥି ପାଇଁ ଛାତ୍ର ଛାତ୍ରୀ ଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସର ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ ସମ୍ବର୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା ।
Tags
BARGARH NEWS