ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର:108ୟୁନିଟ ରକ୍ତ ସଂଗ୍ରହ।
************************
ବରଗଡ଼ 03/02:- ବରଗଡ଼ ସରକାରୀ ବସ ଷ୍ଟାଣ୍ଟ ସମ୍ମୁଖରେ ରହିଥିବା ଶ୍ରୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅବସରରେ ସରକାରୀ ବସ ଷ୍ଟାଣ୍ଡ, ବରଗଡ଼ ପ୍ରାଙ୍ଗଣରେ ଚାଲିଥିବା ତିନିଦିନିଆ ରକ୍ତଦାନ ଶିବିରରେ ପ୍ରଥମ ଦିନ 33ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଦ୍ୱତୀୟ ଦିନରେ 51 ୟୁନିଟ ଓ ତୃତୀୟ ଦିନରେ 24 ୟୁନିଟ ସହିତ ମୋଟ 108ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବରେଣ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବି ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ମାନିନୀ ଭୋଇ, ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସମ୍ବଲପୁରୀ ବାସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତା କାଟି ଅନୁଷ୍ଠାନିକ ଭାବରେ ରକ୍ତଦାନ ଶିବିର ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ |ବରଗଡ଼ ହିନ୍ଦୁ ଯୁବ ସଂଗଠନର ସଦସ୍ୟ ଓ ସଂକଳ୍ପ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।
ସମସ୍ତ ରକ୍ତଦାତା ଜୀବନ ଦାତା ମାନଙ୍କୁ ସଂକଳ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇବା ସହିତ ମିଳିମିଶି ରକ୍ତଦାନ କରିବା ଓ ରକ୍ତ ଅଭାବକୁ ଦୂର କରିବା ପାଇଁ ଆୱାନ କରାଯାଇଛି।