Shree Shyam Sandesh News

Translate

BARGARH NEWS କୁସୁମ ଟିଭିର ନୁଆଁଖାଇ ଭଟଘାଟ ରେ ବରଗଡ଼ ର ସମାଜସେବୀ ସମ୍ମାନିତ

କୁସୁମ ଟିଭିର ନୁଆଁଖାଇ ଭଟଘାଟ ରେ ବରଗଡ଼ ର ସମାଜସେବୀ ସମ୍ମାନିତ 
ବରଗଡ଼  କଟକ ଟାଉନ ହଲ ଠାରେ କୁସୁମ ଟିଭି ତରଫରୁ ନୁଆଁଖାଇ ଭେଟଘାଟ ଉତ୍ସବ ଓ ଜାତୀୟ ନାରୀ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉଚ୍ଚ ନ୍ୟାୟଳୟର ଆଇନଜୀବୀ ତଥା ବିଶ୍ୱ ଗୋ ସୁରକ୍ଷା ସମିତିର ରାଜ୍ୟ ସଭାପତି ଭାବେ ସୁରେଶ ପଣ୍ଡା ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ସିନେ କଳାକାର ସମ୍ବିତ କୁମାର ସାହୁ, ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା କୈଳାଶ ନାୟକ, ଅର୍ଣ୍ଣପୂର୍ଣ୍ଣା ଥିଏଟରର କଳାକାର ତଥା ସମାଜସେବୀ ଡାକ୍ତର ସ୍ୱପ୍ନା ପାତ୍ର କୁସୁମ ଟିଭିର ନିର୍ଦ୍ଦେଶିକା କୁସୁମ ମଞ୍ଜରୀ ଦାସ ପ୍ରମୁଖ ଯୋଗଦେଇଥିଲେ 
ଏଥିରେ ମଞ୍ଚ ପରିଚାଳନା କରିଥିଲେ କୁସୁମ ଟିଭିର କଟକ ପ୍ରତିନିଧି ନାରାୟଣ ପ୍ରଧାନ I 
  ଏହି ଉତ୍ସବରେ ପଶ୍ଚିମ ଓଡିଶାର କଳାକାର ସନ୍ତୋଷୀ ନାଏକ ଏବଂ ତାଙ୍କ ଦଳ ମିଶି ସମ୍ବଲପୁରୀ ନୃତ୍ୟରେ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ I
   ପୁରୀର ଓଡିଶୀ ନୃତ୍ୟଶିଳ୍ପୀ ସପନ ତରେଇ ଓ ତାଙ୍କ ସାଥି ଯଶୋବନ୍ତ ଜେନା ମିଶି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନକୁ ଓଡଶୀ ନୃତ୍ୟରେ ପରିବେଷଣ କରିଥିଲେ I ତାସହିତ ନୃତ୍ୟଗୁରୁ ଲକ୍ଷ୍ମୀ ଖମାରିଙ୍କ ଭାରତୀୟ ନୃତ୍ୟ ଏକାଡେମୀର କୁନି କୁନି ଶିଶୁ କଳାକାର ମାନେ ଓଡିଶୀ ନୃତ୍ୟରେ ଉପସ୍ଥିତ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ I
   କୁନି ଶିଶୁ ରେସୁ ସପ୍ନା ଦାସଙ୍କ କଣ୍ଠରୁ ଭାଗବତ ଗୀତାର ଏଗାର ଅଧ୍ୟାୟର ଶ୍ଳୋକ ଶୁଣି ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥଲେ I
   ପରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ କିଛି କବି,  ଗଣମାଧ୍ୟମ ପ୍ରତିନିଧି,  ସମାଜସେବୀ, କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମର ଦ୍ଵିତୀୟାଅର୍ଦ୍ଧରେ ଜାତୀୟ ନାରୀ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ଡ଼ ସରୋଜିନୀ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲାବେଳେ ସମାଜସେବୀ ତଥା ଆଇନଜୀବୀ ସୁଜାତା ରାଣୀ କର, ଆଇ. ଆଣ୍ଡ. ପି ଆର. ଓ.  ଡିପାର୍ଟମେଣ୍ଟ ଭୁବନେଶ୍ୱରର ଗୌର ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡିଶା ଜାତୀୟ ନାରୀ ସଂଗଠନର କନଭେନର ତଥା ସମାଜସେବୀ ସଂଘମିତ୍ରା ପଟେଲ, ଜାତୀୟ ନାରୀ ସଂଗଠନର ରାଜ୍ୟ ପରିଚାଳନା କମିଟିର ସଭାନେତ୍ରୀ ରେଖା ପ୍ରଧାନ, ରାଜ୍ୟ ନାରୀ ସଂଗଠନର ସହ ସମ୍ପାଦିକା ତଥା ସମାଜସେବୀ ପୁଷ୍ପାଞ୍ଜଳି ରଣା, ଓ ଜାତୀୟ ନାରୀ ସଂଗଠନର ସଭାନେତ୍ରୀ କୁସୁମ ମଞ୍ଜରୀ ଦାସ ଜାତୀୟ ନାରୀ ସଂଗଠନର ସମ୍ପାଦିକା ଯେ ମୀନା ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ଥିଲାବେଳେ ସଂଗଠନର ଆଡ଼ଭାଇଜର ଆଇନଜୀବୀ ସୁରେଶ ପଣ୍ଡା ନାରୀ ସଂଗଠନର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋକପାତ କରିଥିଲେ I ସଭାଶେଷରେ କୁସୁମ ଟିଭି ପ୍ରାୟୋଜିତ ଚଳଚ୍ଚିତ୍ର ଇ ଆମର ଗାଁ ର ବ୍ୟାନର ଉନ୍ମୋଚନ କରାଯାଥିଲା I କୁସୁମ ଟିଭିର ପରାମର୍ଶଦାତା କମିଟିର ସଦସ୍ୟ ମାନେ ଯଥା ସାହିତ୍ୟିକ ଓ ସମାଜସେବୀ ସୁକୁମାର ସାମଲ, ସଂଗୀତ ନିର୍ଦ୍ଦେଶକ ସାନୁ ମଲ୍ଲିକ, ସାମ୍ବାଦିକ ମିର୍ଜା ରିଜୱାନ, କୁସୁମ ଟିଭିର ନିର୍ଦ୍ଦେଶକ ଦୀପକ କୁମାର, ସାହିତ୍ୟିକ କୃଷ୍ଣ ପଣ୍ଡା, ସାମ୍ବାଦିକ ଜିତୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I ଲୋକକଳା, ଓଡ଼ିଶାର ସଂସ୍କୃତି, ପରମ୍ପରାକୁ ବଜାଇ ରଖିବାର ଏହି ପ୍ରୟାସକୁ ସମସ୍ତ ଅତିଥି ଓ ଦର୍ଶକ ବୃନ୍ଦ ପ୍ରଶଂସା କରିଥିଲେ I କୁସୁମ ଟିଭିର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱକୁ ମା ବିରଜା ସଂଗଠନ ଓଡିଶାର ସମସ୍ତ ସଦସ୍ୟ ଓ ସଦସ୍ୟା ସୁନ୍ଦର ଭାବେ ପରିଚାଳନା କରିବା ସହିତ କୁସୁମ ଟିଭି କୁ ସହଯୋଗ କରିଥିଲେ I ସଂଗଠନର ଏଭଳି କାର୍ଯ୍ୟକୁ ଉପସ୍ଥିତ ଅତିଥି ମାନେ ଭୁୟଶି ପ୍ରଶଂସା କରିବା ସହିତ ତାଙ୍କର ଉତ୍ତରତୋର କାମନା କରିଥିଲେ I 
 ବରଗଡ଼ ର ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାରୁ ବରଗଡ଼ ରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଅଭିନନ୍ଦନ ର ଶୁଅ ଛୁଟୁଛି ।
   କାର୍ଯ୍ୟକ୍ରମ ଶେଷରେ ସଂଗୀତ ନିର୍ଦ୍ଦେଶକ ସାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ I
        --------×××--------

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!