Shree Shyam Sandesh News

Translate

BARGARH NEWS Panchyat College ପଞ୍ଚାୟତ ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ*

* *ପଞ୍ଚାୟତ ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ* 
ସଂପ୍ରତି ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଅପରାଧୀ ବିଭିନ୍ନ ଆଧୁନିକ କୌଶଳମାନ ଆପଣାଇ ଅନ୍ୟମାନଙ୍କୁ ଠକି ଚାଲିଛନ୍ତି । ସାଇବର ଅପରାଧୀ ଲୋକଙ୍କୁ ଠକିବାର ମୂଳ ଉଦ୍ଦେଶ୍ୟ ହେଲା ଆର୍ଥିକ ଶୋଷଣ କରିବା । ଲୋକମାନଙ୍କୁ କୌଣସି ପ୍ରକାର ପୁରସ୍କାରର ବିଜେତା କହି ମେସେଜ୍ ପଠାଇ ଆର୍ଥିକ ଓ ପାର୍ଶଲ୍ ପ୍ରଲୋଭନ ଦେଖାଇ, ଋଣ ପ୍ରଦାନକାରୀ ସଂସ୍ଥାର ସହାୟକ ସାଜି ଅଥବା ନିଜର ବ୍ୟକ୍ତିଗତ ତଥ୍ୟ ଓ  ସିମ୍ ଅପଡେଟ କରିବା ନାମରେ ଓଟିପି ପ୍ରତି ପ୍ରେରଣ କରିବାକୁ ଫୋନ୍ କରି , ସେମାନଙ୍କ ପ୍ରେରିତ ଅଜଣା ଲିଙ୍କ୍ କ୍ଳିକ୍ କରିବାକୁ କହି ବିଭିନ୍ନ ପ୍ରକାରରେ ଠକିଥା'ନ୍ତି  । ଏହାବ୍ୟତୀତ ଇଷ୍ଟାଗ୍ରାମ୍ , ଫେସବୁକ୍, ୱେବସାଇଟ୍, କ୍ୟୁଆର୍ କୋଡ୍ ରୁ ମଧ୍ୟ  ଅସାବଧାନତା ବଶତଃ ଲୋକମାନେ ଠକାମୀର ଶିକାର ହୋଇଥା'ନ୍ତି  । ଯଦି ଯେ କେହି(ବ୍ୟକ୍ତି , ଗୋଷ୍ଠୀ  ଅଥବା ଅନୁଷ୍ଠାନ) ଠକାମୀର ଶିକାର ହୁଅନ୍ତି ତେବେ ଅତିଶୟ ଚିନ୍ତା ନ କରି ତୁରନ୍ତ ସାଇବର ଅପରାଧ ସମ୍ବନ୍ଧୀୟ ସହାୟତା ନମ୍ବର ୧୯୩୦ ରେ ଯୋଗାଯୋଗ କରିବା କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନର ସହାୟତା ନେବା ଉଚିତ୍ । ସମାଜରେ ନିଜକୁ ସ୍ଵତନ୍ତ୍ର ଭାବେ ପରିଗଣିତ ହେବାର ଅହେତୁକ ଉତ୍ସୁକତା, ବସ୍ତୁତାନ୍ତ୍ରିକ ଜୀବନଶୈଳୀରେ ବାଟବଣା ହୋଇ ଗଠନମୂଳକ କାର୍ଯ୍ୟରେ ବସ୍ତୁର ବ୍ୟବହାର ଅପେକ୍ଷା ଦୁରୁପଯୋଗ ହେତୁ ଲୋକମାନେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା(ମୋବାଇଲ୍, ଲାପଟପ୍ , ଇଣ୍ଟରନେଟ୍ ଇତ୍ୟାଦି )ର ଅଯଥୋଚିତ ଉପଯୋଗ କରିଥା'ନ୍ତି ଏବଂ ଠକାମୀର ଶିକାର ହୋଇଥା'ନ୍ତି । ତେଣୁ ଏଥିରୁ ବର୍ତ୍ତିବାକୁ ହେଲେ ସଚେତନତା ଓ ସତର୍କତା ଅବଲମ୍ବନ କରିବା ହିଁ ସର୍ବୋତ୍କୃଷ୍ଟ ପନ୍ଥା ବୋଲି  ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ପାଳିତ ସାଇବର ଅପରାଧ ସଚେତନତା ସଭାରେ ମଞ୍ଚାସୀନ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଅପରାଧ ଶାଖାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ, ସମ୍ମାନିତ ଅତିଥି ଭାବରେ ପୋଲିସ ସବ୍ଇନିସ୍ପେକ୍ଟର  ମଙ୍ଗଲ କିସକୁ , ବରେଣ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ ।  ସଭା ଆୟୋଜନର ପ୍ରାକ୍ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ ଆକାଶ କୁମାର ଭୋଇ କରିଥିଲାବେଳେ ସହକାରୀ ପ୍ରଫେସର ଶ୍ରୀ ମାନଭଞ୍ଜନ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସଭାରେ ଛାତ୍ରଛାତ୍ରୀ ସମେତ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଡକ୍ଟର ସୁରେଶ୍ କୁମାର ମାଝୀ, ବିଭୂତି ଭୂଷଣ ଶତପଥୀ, ପୁପ୍ଷିତାରାଣୀ ବେହେରା, କ୍ରିଷ୍ଣକାନ୍ତ ଲାହାଙ୍ଗିର, ଝରଣା ବିଶ୍ବାଳ, ତୁଷାରକାନ୍ତି ସାହୁ, ରମଣ ସାହୁ, ଅଜିତ୍ କୁମାର ସାହୁ , ଗଜିନ୍ଦ୍ର ସାହୁ ପ୍ରମୁଖ  ଅଂଶଗ୍ରହଣ କରିଥିଲେ ।

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!