ଜାତୀୟ କଲର ଏବଂ ପିସ୍ତାବାଦାମ ଓ ଅଖରୋଟ ଦିବସ ପାଳିତ
ବରଗଡ :ଆଜି ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ପବିତ୍ର ଦେହେରୀ ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ବର୍ଷ ଭଳି ନିଆରା ଢଙ୍ଗରେ ଜାତୀୟ କଲର ଏବଂ ପିସ୍ତା ବାଦାମ ଓ ଅଖରୋଟ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ
ଛାତ୍ର ଛାତ୍ରୀ ମାନଙ୍କୁ ପିସ୍ତା, ବାଦାମ, ଅଖରୋଟ ଖାଇବା ପାଇଁ ଦିଆଗଲା ଓ ବିଭିନ୍ନ ରଙ୍ଗର ସ୍ଟେଚପେନ ଓ ଖାତା ବଣ୍ଟନ କରାଗଲା।ଏହି ଅବସରରେ ମୁଖ୍ୟ-ଅତିଥି ଭାବେ ଶିଶୁମଙ୍ଗଳ ସମିତି ର ଅଧ୍ୟକ୍ଷ ଦିନେଶ ଅଗ୍ରୱାଲ,ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସର୍ଦାର ପ୍ରୀତମ ସିଂ, ଆଇନଜୀଵୀ ଆଶୁତୋଷ ରଥ, ଶିଶୁମଙ୍ଗଳ ସମିତି ସଦସ୍ୟ ରାଧା ଅଗ୍ରୱାଲ, ନିରଞ୍ଜନ ବିଶ୍ୱାଳ, ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କିଶୋର ସାହୁ, ଅଭୟ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ ।ଶିକ୍ଷକ ନେପାଳ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ l
Tags
BARGARH NEWS