ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼,ଖେଦାପାଲିଠାରେ ନୁଆଖାଇ ପାଳନ
______________________
ମାଁ ଏକ ଟଙ୍କିଆ ଜଲଖିଆ ଅନୁଷ୍ଠାନ,ଖେଦାପାଲି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ ଖେଦାପାଲି ପରିସରରେ ଆନନ୍ଦ ଉଲ୍ଲାସର ସହିତ ନୁଆଖାଇ ପାଳନ ହୋଇ ଜାଇଛି। ମାଁ ଏକ ଟଙ୍କିଆ ଜଲଖିଆ ଅନୁଷ୍ଠାନର ଉଦ୍ଯୋକ୍ତା ଉମେଶ ପ୍ରଧାନଂକ କହିବା ଅନୁସାରେ ନୁଆଁଖାଇ ହେଉଛି ଏକତାର ପର୍ବ। କେହି ଜଣେ ମଧ୍ଯ ଏହି ଦିନ ଓପାସରେ ନରହୁ ଏହା ଆମେ ଚାହୁଁଛୁ। ନୁଆଁଖାଇ ଦିନ ଆହାର କେନ୍ଦ୍ର ମଧ୍ଯ ବନ୍ଦ ରହୁଥିବାରୁ ଆମେ ଡାକ୍ତରଖାନାରେ ଜେଉଁମାନେ ଅସୁବିଧା ବସତହ ଘରକୁ ଜାଇପାରି ନଥିବେ ତାଂକ ସହିତ ନୁଆଖାଇ ପାଳନ ଗତ ବର୍ଷଠାରୁ କରିଆସୁଛୁ। ସକାଳେ ଚିକିତ୍ସାଳୟରେ ଥିବା ସମସ୍ତଂକୁ ଜଲଖିଆ ବାଣ୍ଟନ କରାଜାଇଥିଲା। ମଧ୍ୟାନ୍ନରେ ସମସ୍ତଂକୁ ନୁଆଁ ପ୍ରସାଦ ଦେବା ସହିତ ପେଟପୁରା ଭୋଜନ ଖାଇବାକୁ ଦିଆ ଜାଇଥିଲା। ଏହି କାମରେ ମାଁ ଏକ ଟଙ୍କିଆ ଜଲଖିଆ ଅନୁଷ୍ଠାନର ସହଜୋଗି ପ୍ରତାପ ପଧାନ,ସାମନ୍ତ ପଧାନ ସମେତ ଉପହାର ପରିବାର ଖେଦାପାଲିର ସମସ୍ତେ ତଥା ଗ୍ରାମବାସୀ ସହଜୋଗ କରିଥିଲେ।
Tags
BARGARH NEWS