*ବରଗଡ଼ ଇସ୍କନ ତରଫରୁ ବରଗଡ଼ ସାଇନ୍ସ ଇନ୍ଷ୍ଟିଟ୍ୟୁଟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ରେ "ଆତ୍ମିକତା ଏବଂ ଛାତ୍ରମାନଙ୍କ ଭୂମିକା*
ବରଗଡ଼ ଇସ୍କନ ତରଫରୁ ବରଗଡ଼ ସାଇନ୍ସ ଇନ୍ଷ୍ଟିଟ୍ୟୁଟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ରେ "ଆତ୍ମିକତା ଏବଂ ଛାତ୍ରମାନଙ୍କ ଭୂମିକା" ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇସ୍କନ ଦିଲ୍ଲୀର ପ୍ରଚାରକ ହରିନାମ ନିତାଇ ଗୁଣମଣି ଦାସ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ମଞ୍ଚରେ ବରଗଡ଼ ସାଇନ୍ସ ଇନ୍ଷ୍ଟିଟ୍ୟୁଟର ପ୍ରିନ୍ସିପାଲ ବିକାଶ ସେନ, ସେଣ୍ଟର ଅଧକ୍ଷ ଶ୍ରୀମଧୁର ଦାସ,ଯୋଜନା କମିଟି ଅଧ୍ୟକ୍ଷ ସୁକାନ୍ତ ଦାଶ, ସଂଯୋଜକ ଅଭିଜିତ ପ୍ରତିହାର, କାଶିଅର ସୁଶାନ୍ତ ସାହୁ, ଅକ୍ଷୟ ପ୍ରଭୁ, କୁବେର ଖେତୀ, ଚିରଞ୍ଜିବି ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।
ହରିନାମ ନିତାଇ ଗୁଣମଣି ଦାସ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କୁ ଆତ୍ମିକତାର ଗଭୀର ଅର୍ଥ ବିଷୟରେ ବ୍ୟାଖ୍ୟା କରିଥିଲେ। ସେ ଆତ୍ମିକତା ଏବଂ ଶିକ୍ଷାର ସମ୍ପର୍କରେ ଏକ ଉଦ୍ବୋଧନ ଦେଇଥିଲେ, ଯାହା ଛାତ୍ରମାନଙ୍କ ଜୀବନରେ ଆଦର୍ଶ ଓ ସଂସ୍କାର ବିକାଶରେ ମୂଖ୍ୟ ଭୂମିକା ଭଜିବ। କାର୍ଯ୍ୟକ୍ରମର ଶେଷରେ ସେ ମହାମନ୍ତ୍ରର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ, ଯାହାକୁ ସମାର୍ଥନ କରି ମଞ୍ଚରେ ବସିଥିବା ଅନ୍ୟାନ୍ୟ ବ୍ୟକ୍ତିବର୍ଗ ମଧ୍ୟ ସମ୍ମତି ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାୟ 200 ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, ଯାହାର ମାଧ୍ୟମରେ ସେମାନେ ଆତ୍ମିକ ଶିକ୍ଷା ବିଷୟରେ ନୂଆ ଜ୍ଞାନ ଅର୍ଜନ କରିଲେ।
Tags
BARGARH NEWS