*ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଟାଟା ପାୱାରର ମୁଖ୍ୟ ଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ*
~~~~~~~~~~~~
ବରଗଡ଼ ଗତକାଲି ତା: ୨୦.୦୮.୨୦୨୪ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘର ଏକ ପ୍ରତନିଧି ମଣ୍ଡଳୀ ଅଧିକ ବିଦ୍ୟୁତ ବିଲ ଆସୁଥିବା ଏବଂ ସ୍ମାର୍ଟ ମିଟର ପରିବର୍ତ୍ତେ ପୂର୍ବରୁ ଦିଆ ଯାଉଥିବା ମିଟର କୁ ପୁନଃ ପ୍ରଚଳନ କରିବା ସହିତ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ଆଦି ବିଭିନ୍ନ ଦାବି ନେଇ ମୁଖ୍ୟଯନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଶତପଥୀ ଙ୍କ ସହିତ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କେତେକ ଗ୍ରାମରେ ସ୍ମାର୍ଟ ମିଟର ଖୋଲି ଟାଟା ପାୱାର ବିରୁଦ୍ଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଷୟରେ ମଧ୍ୟ ଚର୍ଚ୍ଚା କରାଗଲା।ତାଙ୍କ ମତ ରହିଲା ସ୍ମାର୍ଟ ମିଟର ଭଲ ଏଥିରେ କୌଣସି ତ୍ରୁଟି ନାହିଁ ଯଦି କିଛି ତ୍ରୁଟି ପରିଲକ୍ଷିତ ହୁଏ ତାକୁ ଆମେ ପରିବର୍ତ୍ତନ କରି ଦେବା କିନ୍ତୁ ସଙ୍ଘ ସନ୍ତୁଷ୍ଟ ହେଲା ନାହିଁ। ଯଦି ଏହାର ଉଚିତ ସମାଧାନ ନ ବାହାରେ ତାହାହେଲେ ଭବିଷ୍ୟତରେ ରେ ତୀବ୍ର ବିରୋଧ କରାଯିବ। ଉକ୍ତ ଆଲୋଚନା ସମୟରେ ବିଦ୍ୟୁତ ଉପଭୋକ୍ତା ସଙ୍ଘର ଉପସଭାପତି ଶ୍ରୀ ବିଷ୍ଣୁ ଚରଣ ଦାଶ,ସମ୍ପାଦକ ସରଦାର ପ୍ରୀତମ ସିଂ ବରିଷ୍ଠ ସଦସ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ କମଳ ଯୋଶୀ,ଶ୍ରୀ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ,ଶ୍ରୀ ତୁଳସୀ ଚରଣ ଦାଶ,ଶ୍ରୀ ଆଶୁତୋଷ ରଥ,ଶ୍ରୀମତୀ ପ୍ରୀତି ଗୁରୁ,ଶ୍ରୀମତୀ ଆରତୀ ଗୋୟଲ,ମହମ୍ମଦ ନିଜାମ ଉପସ୍ଥିତ ରହି ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ।
Tags
BARGARH NEWS