କୃତୀ ଛାତ୍ରଛାତ୍ରୀଙ୍କୁ ସଂବର୍ଦ୍ଧନା
------------------------
ବରଗଡ:୨୦୵୭୵୨୪ ନିଶାମଣି ସରକାରୀ ଉଚ୍ଚ ବିଦ୍ଯାଳୟ,ବରଗଡର ପୁରାତନ ଛାତ୍ରସଂଘ ତଥା ବିଦ୍ଯାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବିଗତ ମ୍ଯାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଓ ସଂବର୍ଦ୍ଧିତ କରାଯାଇଥିଲା।ପ୍ରଧାନ ଶିକ୍ଷକ ଡକ୍ଟର ସଂଗୀତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମନୋହର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ରୋଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ଶଶିଭୂଷଣ ପ୍ରଧାନ, ଜୟପ୍ରକାଶ ନାରାୟଣ ଶତପଥି,ତେରେସ୍କୋଭା ଦାଶ,ପ୍ରଫୁଲ୍ଲ ନନ୍ଦ, ରନଦୀପ ପ୍ରଧାନ, ଅଶୋକ ପଣ୍ଡା , ପ୍ରଦ୍ୟୁମ୍ନ ସାମଲ,ପ୍ରଦୀପ ମହାନ୍ତି ପ୍ରମୁଖ ଅନିମେଶ ପଣ୍ଡା,ଶ୍ରୀପର୍ଣ୍ଣା ଦାଶ,ଶ୍ରୀଅଂଶ ଦାଶ,ଶେଖର ବାଗ ଓ ଅଂକିତା ପାଣିଗ୍ରାହୀଙ୍କୁ ପୁରସ୍କୃତ କରିଥିଲେ ।ଏତଦବ୍ୟତୀତ ଭୂତପୂର୍ବ ପ୍ରଧାନ ଶିକ୍ଷକ ଗାୟତ୍ରୀ ପଣ୍ଡାଙ୍କ ଦ୍ବାରା ପ୍ରଦତ୍ତ ଲଳିତ-ବାସନ୍ତୀ ସ୍ମୃତି ପୁରସ୍କାର ଅନିମେଶ ପଣ୍ଡା ଓ ଶ୍ରୀପର୍ଣ୍ଣା ଦାଶଙ୍କୁ ଦିଆଯାଇଥିଲା।ସଭା କାର୍ଯ୍ଯ ପରିଚାଳନାରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
Tags
BARGARH NEWS