ବରଗଡ଼ ସବ ଜେଲରେ ଇସ୍କନ ପକ୍ଷରୁ ସଂସ୍କାର କାର୍ଯ୍ୟକ୍ରମ
~~~~~~~~~~~~~~~~~~~
ବରଗଡ଼ ତା ୧୯. ୦୪.୨୦୨୫ ଶନିବାର ଦିନ ସ୍ଥାନୀୟ ସବ ଜେଲରେ ଜେଲର ସଲମାନ୍ କୁଜୁର ଙ୍କ ଅଧ୍ୟକ୍ଷତାରେ ବରଗଡ ଇସ୍କନ୍ ତରଫରୁ ଅନ୍ତେବାସୀ ମାନଙ୍କ ନିମନ୍ତେ ଏକ ସଂସ୍କାର ମୂଳକ କାର୍ଯକ୍ରମ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମ ରେ ଇସ୍କନ୍ ର ଅଧକ୍ଷ ପୂଜ୍ୟପାଦ ରସରାଜ ରାଧିକେଶ ଦାସ କୃଷ୍ଣ କଥା ପ୍ରବଚନ କରିଥିବା ବେଳେ ଶ୍ରୀ ଅଭିଜିତ କୃଷ୍ଣ ଦାସ ପରିଚାଳନା କରିଥିଲେ । ଏହା ସହିତ ପୂଜ୍ୟପାଦ ଭାଗୀରଥି ଚୈତନ୍ୟ ଦାସ ମୃଦଙ୍ଗ ବାଦନ କରିଥିଲେ। ଇସ୍କନ କେନ୍ଦ୍ରର ଅନ୍ୟତମ ମୁଖ୍ୟ ସଦସ୍ୟ ଯଥା ତନୁଜା ପାତ୍ର ଓ ପକଲା ସାହୁ ମାତା ଯୋଗ ଦେଇଥିଲେ।
ଏହିପରି କାର୍ଯ୍ୟକ୍ରମ ପ୍ରତ୍ୟେକ ଜେଲ୍ ରେ କରାଗଲେ ଅପରାଧୀକ ମାମଲା କମ୍ ହୋଇ ଲୋକେ ସଂସ୍କରୀ ହୋଇପାରିବେ ବୋଲି ଶ୍ରୀ କୁଜୁର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ !
ଶେଷରେ ସହକର୍ମୀ ସବ ଜେଲର ପଞ୍ଚାନନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ !
Tags
BARGARH NEWS