ଗୁଡେଶିରା ସମଲେଶ୍ବରୀ ପୀଠରେ ଚୈତ୍ର ବାସନ୍ତିକ ପୂଜା ପାଇଁ କଳସ ଆବାହନ,
ବରଗଡ଼, ବରଗଡ଼ ଉପକଣ୍ଠ ଗୁଡେଶିରା ଗ୍ରାମରେ ଥିବା ପ୍ରସିଦ୍ଧ ଶକ୍ତି ପୀଠ ସମଲେଶ୍ବରୀ ମନ୍ଦିର ପକ୍ଷରୁ ଚୈତ୍ର ନବରାତ୍ର ପୃଜା ପାଇଁ କଳସ ଆବାହନ କରାଯାଇଛି। ଗୌତିଆ ରାହାସ ଦାଶଙ୍କ କୁଠୀରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଗୁଡେଶିରା, ନୂଆଁ ଗୁଡେଶିରା ଗ୍ରାମ ପରିକ୍ରମା କରାଯାଇଥିଲା। ସାଂସ୍କୃତିକ ଶୋଭାଯାତ୍ରାରେ ଘଣ୍ଟ ବାଦ୍ୟ, ଶଙ୍ଖ ବାଦ୍ୟ ସାଙ୍ଗକୁ ସଂକୀର୍ତ୍ତନ, ପାରମ୍ପରିକ ଦୁଲଦୁଲି ବାଜା,ସଂଚାର ବାଦ୍ୟ ପ୍ରମୁଖ ସାମିଲ କରାଯାଇଥିଲା। ଆଜି ଠାରୁ ଆରମ୍ଭ ହୋଇ ମହାଦଶମୀ ପର୍ଯ୍ୟନ୍ତ ବିଧିବିଧାନ ସହିତ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଙ୍କ ପୂଜାର୍ଚ୍ଚନା ହେବାକୁ ଥିବା ବେଳେ ଚଣ୍ଡୀପାଠକ ଭାବେ ଅଧ୍ୟାପକ ଶ୍ରୀ ଚୂଡ଼ାମଣି ରଥ, ବ୍ରହ୍ମା ଶ୍ରୀ ପରମାନନ୍ଦ ଦାଶ,ଆଚାର୍ଯ୍ୟ ଭାବେ ରିଙ୍କୁ ପଣ୍ଡା ମୁଖ୍ୟ କର୍ତ୍ତା ଶ୍ରୀ ଅଶୋକ କୁମାର ଦାଶ ଓ ସହଯୋଗୀ କର୍ତ୍ତା ଭାବେ ଶ୍ରୀ କେଦାରନାଥ ଦାଶ, ପ୍ରତିକ ଦାଶ ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିବେ। ସେହିଭଳି ଆବାହକ ଶ୍ରୀ କିଶୋର ଚନ୍ଦ୍ର ଦାଶ ଓ ଟ୍ରଷ୍ଟି ଶ୍ରୀ ଲଳିତ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Tags
BARGARH NEWS