ସମସ୍ତ ହିନ୍ଦୁ ଘରେ କଳସ ଓ ଦୀପ ପ୍ରଜ୍ବଳନ କରି ହିନ୍ଦୁ ନବ ବର୍ଷ ପାଳନ ପାଇଁ ଆହ୍ବାନ।
ବରଗଡ଼ ଜିଲ୍ଲା ଅତାବିରା ମାରୱାଡ଼ି ଧର୍ମଶାଳାରେ ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଅତାବିରା ବ୍ଲକ୍ ସଭାପତି ମନୀଷ ଶର୍ମା ଙ୍କ ସଭାପତିତ୍ବରେ ହୋଇଥିବା ବୈଠକ ରେ ବରଗଡ଼ ଜିଲ୍ଲା ସଭାପତି ପରମାନନ୍ଦ ମିଶ୍ର ଓ ସମ୍ପାଦକ ଭୁବନ ସାହୁ ଓ ବଜରଙ୍ଗ ଦଳ ର ଅତାବିରା ପ୍ରଖଣ୍ଡ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ବୈଠକ ଆଗାମୀ ଚଳିତ ହିନ୍ଦୁ ନବ ବର୍ଷ ପାଳନ ପାଇଁ ସମସ୍ତ ହିନ୍ଦୁ ଭାଇ ଭଉଣି ମାନଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ଘରେ ଝୁଟି କାଟି କଳସ ବସାଇବା ସହିତ ଦୀପ ପ୍ରଜ୍ବଳନ କରିବା ପାଇଁ ଆହ୍ବାନ ଦିଆଯାଇଛି ଏଥି ସହ ଆଗାମୀ ରାମ ନବମୀ ଓ ହନୁମାନ ଜନ୍ମୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କୁ ଜୋରଦାର କରାଯାଇଛି। ବୈଠକ ରେ ପ୍ରାନ୍ତୀୟ ସଦସ୍ୟ ଅଶ୍ଵିନୀ ମେହେର ଅତାବିରା ପ୍ରଖଣ୍ଡ ରେ ଚାଲିଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ ଏଥି ସହିତ ଜିଲ୍ଲା କମିଟି ତରଫରୁ କୌଣସି ନୂତନ ପଦ ପଦବୀ ବର୍ତ୍ତମାନ ଘୋଷଣା କରାଯାଇ ନାହିଁ ଆଗରୁ ଯେଉଁ ମାନେ ଦାୟିତ୍ଵ ରେ ଥିଲେ ସେହି ଦାୟିତ୍ଵ ବଜାୟ ରହିବବୋଲି ନିର୍ଦ୍ଦେଶ ଦିଆଯାଇଛି।ଉକ୍ତ ବୈଠକ ରେ ଅତାବିରା ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ପ୍ରଶାନ୍ତ ଭୋଇ, ଗୋଡଭଗା ଖଣ୍ଡ ସଂଯୋଜକ ପି ଶ୍ରୀ ହରି, ଅଜୟ ମହାପାତ୍ର,ପୂର୍ଣ୍ଣ ଚନ୍ଦ୍ର ତରିଆ,ପରମେଶ୍ବର ପଟେଲ ମୁଖ୍ୟ ଉପସ୍ଥିତ ଥିଲେ, ସଭା ଶେଷରେ ବିଶ୍ଵ ହିନ୍ଦୁ ପରିଷଦ ଗୋଡଭାଗା ଖଣ୍ଡ ସଭାପତି ସତିଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ
Tags
BARGARH NEWS