ଆନ୍ତର୍ଜାତିକ ଓପନ୍ ମାଷ୍ଟର ଗେମ୍ ରେ ପୁଣି କମାଲ ଦେଖାଇଲେ କ୍ରୀଡାବିତ୍ ସନ୍ତୋଷ କୁମାର ପଧାନ।
ଥାଇଲାଣ୍ଡ ଦେଶର ରାଜଧାନୀ ବ୍ୟାଙ୍କକକ୍ ନେସନାଲ୍ ଷ୍ଟାଡିୟମ ଠାରେ ଚାଲିଥିବା ପଞ୍ଚମ ଥାଇଲାଣ୍ଡ ଆନ୍ତର୍ଜାତିକ ମାଷ୍ଟର ଓପନ୍ ଗେମ୍ ର ତୃତୀୟ ଦିବସରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ଶହେ ମିଟର ବାଧା ଦୌଡରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଲମ୍ବ ଡିଆଁ ରେ ରୋପ୍ୟ ପଦକ ହାସଲ କରିଛନ୍ତି l ଶେଷ ଦିନରେ ଆଉ ଏକ ପଦକ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି l ଏହି ଓପନ୍ ମାଷ୍ଟର ଗେମ୍ ରେ ପ୍ରାୟ ତିରିଶ ଦେଶରୁ ଉର୍ଦ୍ଧ୍ବ ଆନ୍ତର୍ଜାତିକ ମାଷ୍ଟର ପୁରୁଷ ଓ ମହିଳା ଆଥଲେଟ ଅଂଶଗ୍ରହଣ କରିଥିଲେ l ସେଥି ମଧ୍ୟରୁ ଭାରତୀୟ ମାଷ୍ଟର ସଂଘ ତରଫରୁ ଓଡିଶାରୁ ଚାରିଜଣ ଆଥଲେଟ ସହିତ ଭାରତ୍ ତରଫରୁ ତିରିଶ ଜଣ ମାଷ୍ଟର କ୍ରୀଡାବିତ୍ ଉଭୟ ପୁରୁଷ ଏବଂ ମହିଳା ଅଂଶଗ୍ରହଣ କରିଥିଲେ l ଶ୍ରୀ ପଧାନ ଆଗକୁ ବିଶ୍ଵ ମାଷ୍ଟର ଗେମ୍ ପାଇଁ ମଧ୍ୟ ଦେଶ ରାଜ୍ୟ ପାଇଁ ପଦକ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି l ଆଦି ବ୍ୟକ୍ତି ଗତ ପଦକ ଆଣିବା ପରେ ନିଜକୁ ଖୁସି ଅନୁଭବ କରିବା ସହିତ ଦେଶ ଏବଂ ରାଜ୍ୟର ସମସ୍ତ ଅନୁଷ୍ଠାନ ତଥା କ୍ରୀଡାପ୍ରେମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Tags
BARGARH NEWS