ଗୁଜରାଟ ରେ ପୁଷପୁନି ଭେଟ ଘାଟ
~~~~~~~~~~~~~~~~~~
ବରଗଡ଼ ତା:୧୯.୦୧.୨୦୨୫ ରବିବାର ଦିନ ଗୁଜୁରାଟ ର ବଡୋଦରା ସହର ରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀ ଜୁହାର ପରିବାର ବଡୋଦରା ପକ୍ଷରୁ ପୁଷପୁନି ଭେଟଘାଟ ଅନୁଷ୍ଠିତ ହୋଇଥିଲା !
ପଶ୍ଚିମ ଓଡିଶା ର ମହାନ ଗଣପର୍ବ ପୁଷପୁନି ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ କରିଥିଲେ I ଏହି ଅବସର ରେ ସଦସ୍ୟ ବୃନ୍ଦ ସମ୍ବଲପୁରୀ ଗୀତ ଓ ବାଦ୍ୟ ର ସୁରେ ସୁରେ ଝୁମିଉଠି ଥିଲେ I ସମସ୍ତେ ସମ୍ବଲପୁରୀ ହସ୍ତତନ୍ତ୍ର ର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ | କୁନି କଳାକାର ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ !
ଚଳିତ ବର୍ଷ ଜୁହାର ପରିବାର ଭଡୋଦରା ପକ୍ଷରୁ ପ୍ରକୃତି ର ସୁରକ୍ଷା ପାଇଁ ସମସ୍ତ ସଭ୍ୟ ଙ୍କୁ ଅଙ୍କୁରିତ ଚାରା ବିତରଣ କରାଯାଇଥିଲା |
ସର୍ବ ଶେଷରେ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା |
ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟ ଯଥା ଚାଉଳ ବରା ଓ ଆରିସା ପିଠା ର ଭୁୟସି ପ୍ରଶଂସା କରି ଥିଲେ ତଥା ବିଦେଶ ରେ ରହି ମଧ୍ୟ ନିଜ ଅଞ୍ଚଳ କୁ ମନେ ପକାଉଥିଲେ |
--------×××--------
Tags
BARGARH NEWS