ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ତୋରା ରେ
ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ
ତା-୧୯-୦୧-୨୦୨୫ରିଖ (ରବିବାର)
ବରଗଡ଼ ବ୍ଲକ ତୋରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୂତା ମିଳ ଛକ କାଳୀ ମନ୍ଦିର ଠାରେ ରେ କାଳୀ ମନ୍ଦିର କମିଟି ଓ ଜଗନ୍ନାଥ ସେବା ସମିତି ତରଫ ରୁ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଅଣେଇଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବଳରାମ ପ୍ରଧାନ,ସୌଭାଗ୍ଯ ରଞ୍ଜନ ନାୟକ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥଲେ।ମୋହନ ରାଉତ, ମନୋଜ ମେହେର,ମୋହନ ଲୁହା,ରାଜୁ ଭୋଲ, ଲକ୍ଷ୍ମୀଧର ନାୟକ, ସନ୍ତୋଷ ଭାରତୀ,ଅଜୟ ଲେଙ୍କା ,ପବିତ୍ର ମୁଦଲି ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନଙ୍କ ପ୍ରତକ୍ଷ୍ୟ ତତ୍ବାବଧାନ ଓ ସହାଯୋଗ ରେ ରକ୍ତଦାନsଶିବିର ସଫଳ ହୋଇଥିଲା। ଏହି ଶିବିର ରୁ ସର୍ବମୋଟ ୪୧ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ, ଜଗନ୍ନାଥ ସେବା ସମିତି ଓ କାଳୀ ମନ୍ଦିର କମିଟି ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
Tags
Nistha Pariwar News