ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ ସମାରୋହ
ବରଗଡ଼ ସୋନପୁର ଜିଲ୍ଲା ବିନିକା ଠାରେ ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ ପକ୍ଷରୁ ତୃତୀୟ ବାର୍ଷିକ ସାହିତ୍ୟ ସମାରୋହ ସାହିତ୍ୟିକା ଶ୍ରୀମତୀ ଚିନ୍ମୟୀ ଅଗସ୍ତି ଙ୍କ ବାସଭବନରେ ମହାଆଡମ୍ବରରେ ପାଳିତ ହୋଇଯାଇଅଛି !
ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହୃଷିକେଶ ହୋତା, ମୁଖ୍ୟ ବକ୍ତା ଶ୍ରୀ ପୁରୁଷୋତ୍ତମ ମିଶ୍ର, ସମ୍ମାନିତ ଅତିଥି ଡ. କୈବଲ୍ୟ ମିଶ୍ର, ସମ୍ମାନିତ ବକ୍ତା ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ଓ ସମ୍ମାନିତ ଅତିଥି ଡ. ସନ୍ତୋଷ କୁମାର ଶତପଥି ଯୋଗ ଦେଇ ଉତ୍ତମ ସାହିତ୍ୟ ଓ କବିତା ଲେଖନୀ ଦ୍ୱାରା ସମାଜର ସଂସ୍କାର ହୋଇ ପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ !
ଏହା ପୂର୍ବରୁ ପ୍ରଥମ ଅଧିବେଶନ ରେ ଏକ ସ୍ବ ରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ! ଏଥିରେ ରାଜା ବିକ୍ରମାଦିତ୍ୟ, ଶ୍ରୀ ବଟକୃଷ୍ଣ ସାହୁ,ଡ.ବୈରାଗୀ ଚରଣ ମଲ୍ଲିକ, ଶ୍ରୀମତୀ ଲିଲି ପଟେଲ, ଶ୍ରୀ ହେମନ୍ତ ଦାଶ , ଶ୍ରୀମତୀ ସୁମିତ ମୁଣ୍ଡ, ଡ଼ଃ.ପ୍ରିୟ ଦର୍ଶନୀ ମିଶ୍ର, ଡ଼ଃ ଜୟନ୍ତୀ ଜେନା ପ୍ରମୁଖ କବିତା ପାଠୋତ୍ସବରେ ଅଂଶ ଗ୍ରହଣ କରି ସ୍ବରଚିତ କବିତା ପାଠ କରିଥିବା କବି କବୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ !
ସମଗ୍ର ଓଡ଼ିଶାରୁ ଶତାଧିକ କବି କବୟିତ୍ରୀ ଓ ସାହିତ୍ୟିକ ମାନେ ଯୋଗଦେଇଥିଲେ ! ବଲାଙ୍ଗୀର ରୁ ଶ୍ରୀମତୀ ଦୀପ୍ତିମାଳା ତ୍ରିପାଠୀ, ଶ୍ରୀମତୀ ପାର୍ଥବୀ ଗୁରୁ , ଆଶୁକବି ହେମନ୍ତ ଦାଶ, ଜ୍ୟୋତିରାଣୀ ମିଶ୍ର , ଦିଲ୍ଲୀପ କୁମାର ମିଶ୍ର , ଶ୍ରୀମତୀ ପୂର୍ଣ୍ଣିମା ପଣ୍ଡା, ପୂର୍ଣଚନ୍ଦ୍ର ମେହେର,ବରଗଡ଼ ରୁ ତୁଳସୀ ଚରଣ ଦାଶ, ଜଟାଧାରୀ ପ୍ରଧାନ,ସୁବର୍ଣ୍ଣପୁରରୁ ଶୁଭ୍ରାଂଶୁ ଶେଖର ପାଢ଼ୀ ,
କନ୍ଧମାଳ ରୁ ଡ଼.ସ୍ୱାଗତିକା ସାହୁ , ଜଗତସିଂହପୁରରୁ ପ୍ରଜ୍ଞାଲୀନ ସାହୁ , କଟକରୁ ଶ୍ରୀମତୀ ସଫଳା ଦାସ, ଢେଙ୍କାନାଳ ରୁ ସସ୍ମିତା ଦାସ , କଳାହାଣ୍ଡି ରୁ ଉଦ୍ଧବ ସାହୁ , ନିରଞ୍ଜନ ସାହାଣୀ ଗଞ୍ଜାମ ରୁ ମମତା କୁମାରୀ ସୁଆର,ଆଦି ଶତାଧିକ କବି / କବୟିତ୍ରୀ ଉପସ୍ଥିତ ହୋଇ କବିତା ପାଠ କରିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବର୍ଣ୍ଣପୁର ବିନିକା ମାଟିର ଦାୟାଦ ଡ଼.ନିରଞ୍ଜନ ପଣ୍ଡା ତଥା ତାଙ୍କ ପତ୍ନୀ ତନ୍ମୟୀ ଅଗସ୍ତି ଙ୍କ ସାହିତ୍ୟ ପ୍ରୀତି ତଥା ମାତୃଭାଷା ସାହିତ୍ୟର ପ୍ରଗତି ଉଦ୍ଦେଶ୍ୟରେ ତାଙ୍କ ଅବଦାନକୁ ସାରା ରାଜ୍ୟର ଲୋକେ ପ୍ରଶଂସା କରୁଛନ୍ତି । ଏଥି ସହିତ ଡ. ନିରଞ୍ଜନ ପଣ୍ଡା ଙ୍କ 'ହୃଦୟର ସ୍ବର',ଡ.ଅଲେଖ ପ୍ରସାଦ ମହାରଣା ଙ୍କ 'ଦ ସ୍ପେକ୍ଟ୍ରମ ଅଫ୍ ଲାଇଟ୍', ଏବଂ ଡ. ଶ୍ରୀକାନ୍ତ ପଣ୍ଡା ଙ୍କ 'ଦ ଇକୋ ଅଫ୍ ମାଇଁ ସାଇଲେଣ୍ଟ ହାର୍ଟ୍' , ପ୍ରତିଷ୍ଠାତା ଡ.ନଟବର ପ୍ରଧାନଙ୍କ 'ଆସରେ ପିଲେ ପଢ଼ିବା ପାଠ' ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା !
ନାମ ପଞ୍ଜିକରଣ ରେ ଡ.ପ୍ରିୟଦର୍ଶିନୀ ମିଶ୍ର ଏବଂ କନ୍ଧମାଳ ରୁ ଡ. ସ୍ୱାଗତିକା ସାହୁ ରହିଥିବା ବେଳେ ଅନୁଷ୍ଠାନ ର ସହ ସମ୍ପାଦିକା ଡ଼. ପ୍ରିୟଦର୍ଶନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ !
--------×××---------
Tags
sonepur news