ପୁରୀ ସିଂହଦ୍ଵାର ସାମ୍ନାରେ 'ସୁନା ବେଶରୁ ମୁଁ ସୁନା ମାଗୁନି' ଲୋକାର୍ପିତ
ବରଗଡ଼: ପୁରୀ ଶ୍ରୀମନ୍ଦିରର ସିଂହଦ୍ଵାର ସାମ୍ନାରେ ଜଗନ୍ନାଥଙ୍କ ପ୍ରତି ସମର୍ପିତ ଏକ ଭକ୍ତି ଆଧାରିତ ସଂଗୀତ 'ସୁନା ବେଶରୁ ମୁଁ ସୁନା ମାଗୁନି' ଲୋକାର୍ପିତ ହୋଇଯାଇଛି। ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ସଂଗୀତ ଓ କଣ୍ଠରେ ରୂପାୟିତ ଉକ୍ତ ଭକ୍ତି ସଂଗୀତର ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଦୂରଦର୍ଶନର ବିଶିଷ୍ଟ ଉପସ୍ଥାପକ, 'ନିର୍ମାଲ୍ୟ ' ପତ୍ରିକାର ସମ୍ପାଦକ ତଥା ପ୍ରଭୁ ଜଗନ୍ନାଥଙ୍କ ସେବକ ବିଶ୍ଵନାଥ ଦାଶ, ଉତ୍କଳ ବିଦ୍ବତ ପରିଷଦର ସଭାପତି ମନୋଜ ରଥ, ସଂସ୍କୃତି ବିଶେଷଜ୍ଞ ତଥା ପରିଚିତ ଗୀତିକାର ବଦ୍ରୀ ମିଶ୍ର, 'ଶିଶୁ ସମାଚାର'ର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଡକ୍ଟର ସାହୁ ଜଣେ ଶିଶୁ ସାହିତ୍ୟିକ ଓ ଗୀତିକାର ଭାବେ ସୁପରିଚିତ। ନିଜ କଣ୍ଠରେ 'ୟୁ ଟ୍ୟୁବ୍' ରେ ଗାଇଥିବା ଗୀତ ମାନଙ୍କ ମଧ୍ୟରେ ଏହା ତାଙ୍କର ତୃତୀୟ ଗୀତ। ବରଗଡ଼ର 'ଓମ୍ ପ୍ରଡକ୍ସନ' ଦ୍ଵାରା ନିବେଦିତ ଏହି ଗୀତଟି ଶ୍ରୋତା ମାନଙ୍କ ଦ୍ବାରା ଆଦୃତି ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Ad : Samaleswari Agencies Bargarh | Bargarh Best Wholesale & Retail Stationary Shop

Ad : Samaleswari Agencies Bargarh | Bargarh Best Wholesale & Retail Stationary Shop