Shree Shyam Sandesh News

Translate

Nuakhai ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ, ପ୍ରକୃତିପ୍ରେମୀଙ୍କ ନୂଆଁଖାଇ ଭେଟଘାଟ

*ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ, ପ୍ରକୃତିପ୍ରେମୀଙ୍କ ନୂଆଁଖାଇ ଭେଟଘାଟ :* 
ବରଗଡ଼ ବ୍ଲକ ସରସରା ପଞ୍ଚାୟତ ଅଧୀନସ୍ଥ ରେଙ୍ଗାଲ ପାଲି ଗ୍ରାମରେ ଚାରା ବଣ୍ଟନରେ ପ୍ରକୃତିପ୍ରେମୀଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିବନ୍ଧୁ ଗିରିଧାରୀ ଡନସନାଙ୍କ ସଂଯୋଜନା କ୍ରମେ ଝାଡେଶ୍ୱର ବାବା ୟୁବାମଞ୍ଚ, ରେଙ୍ଗାଲ ପାଲିଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର  ଶତାଧିକ ପରିବେଶ ପ୍ରେମୀ ଅଂଶ ଗ୍ରହଣ କରିଥିଲେ। ପରିବେଶବିତ୍ ସଂଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିବେଶ ଭିତ୍ତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ନୀଳକଣ୍ଠ ସା, ମୁଖ୍ୟ ବକ୍ତା ଭାବେ ପରିବେଶ କର୍ମୀ ଜେଠୁ ଭୋଇ, ସମ୍ମାନିତ ଅତିଥି ଭାବରେ ବୈଲୋଚନ ସାହୁ,କେଦାର ନାଥ ସାହୁ, ଟଙ୍କଧର ପଧାନ,ସୁଶୀଲ ସାହୁ,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଧର୍ମରାଜ ଭୋଇ ପ୍ରମୁଖ ଯୋଗ ଦେଇ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥିଙ୍କ ଦ୍ଵାରା ବୃ୍କ୍ଷପୂଜନ କରାଯାଇ ରେଙ୍ଗାଲପାଲି ଗ୍ରାମର ପଥପାର୍ଶ୍ବରେ ରେଙ୍ଗାଲ ଗଛର ଚାରା ରୋପଣ କରାଯାଇଥିଲା।ପାନ ଅଏରୀ, ସ୍ଥଳ ପଦ୍ମ, କଳା ହଳଦୀ, ଭୃଷଙ୍ଗ, କାଞ୍ଚନ, ଲେମ୍ବୁ, ଟେଭା, ସେଓ, ଆମ୍ବ, ଅଶୋକ, ଗୁଡମାରୀ, ପିସ୍ତାବାଦାମ, ପାନ ଅଏରୀ, ବେଲ, ବାଉଁଶ, ମନି ପ୍ଲାଣ୍ଟ, ପିଜୁଳି, ଚକ୍ରକେଦାର, ତୁତ୍, ବ୍ରଜମଲ୍ଲୀ, ଅପରାଜିତା,ଅନ୍ନପୂର୍ଣ୍ଣା, ଇନସୁଲିନ୍, ଅମୃତଭଣ୍ଡା,, ଭୂଇଁନିମ୍ବ, ପଣସ ଆଦି ବିଭିନ୍ନ ପ୍ରଜାତିର ଶତାଧିକ ଚାରା ମାଗଣାରେ ବଣ୍ଟନ କରାଯାଇଥିଲା।ଏହି ଅବସରରେ ପରିବେଶ ସୁରକ୍ଷା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ବନ୍ଧୁ ନୀଳକଣ୍ଠ ସା, ପରିବେଶବିତ୍ ସଂଜୟ ଖମାରୀ, ବୈଲୋଚନ ପଧାନ, କେଦାରନାଥ ସାହୁଙ୍କୁ ଟ୍ରଫି ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିଙ୍କ ସମେତ ପ୍ରକୃତି ବନ୍ଧୁ ମୀନକେତନ ସାହୁ ,ଦିଲ୍ଲୀପ ମହାପାତ୍ର, ଶିକ୍ଷକ ପ୍ରକାଶ  ଉପସ୍ଥିତ ରହି ପରିବେଶପ୍ରେମୀ ମାନଙ୍କୁ ଚାରାରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ ।ପ୍ରକୃତି ବନ୍ଧୁ ଗିରିଧାରୀ ଡନସନାଙ୍କ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ଓ ସଂଗୃହୀତ ଏତାଦୃଶ ପରିବେଶ ସଚେତନତା ଉଦ୍ୟମକୁ ସମସ୍ତ ମହଲରେ ପ୍ରଶଂସା କରାଯାଉଛି । 
ଚାରା ରୋପଣ ଓ ବଣ୍ଟନରେ ଶରତ ସାହୁ,ଡିଲେଶ୍ବର ଡନସନା, ହିମାଂଶୁ ବଞ୍ଛୋର୍, ବିନୋଦ ବାଗ,ଅଂଶୁମାନ ଭୋଇ ଦୟାସାଗର ଡନସନା, ସୋକିଲାଲ ଡନସନା, ଶୁଭମ୍ ମେହେର, ଝାଡେଶ୍ୱର ବାବା ଯୁବାସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପ୍ରକୃତି ବନ୍ଧୁ ସୁଶାନ୍ତ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଗିରିଧାରୀ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!