ସ୍ୱୟଂ ପ୍ରଭା ସାହିତ୍ୟ ସଂସଦ ର ସଦସ୍ୟା ମାତୃ ଛାୟା ତପୋବନ ଆଶ୍ରମ ରେ ବାଣ୍ଟିଲେ ନୂତନ ବସ୍ତ୍ର
ଆଗକୁ ଆସୁଛି ନୂଆଁଖାଇ। ନୂଆଖାଇ ପର୍ବ ରେ ସମସ୍ତେ ନୂତନ ବସ୍ତ୍ର ପରିଧାନ ସହିତ ପିଠା ପଣା କରି ନିଜ ପରିବାର ବର୍ଗ ଙ୍କ ସହ ମଉଜ କରିଥାନ୍ତି ।କିନ୍ତୁ ନିଜ ପରିବାର ବର୍ଗ ଙ୍କ ପାଇଁ ଅଲୋଡା ହୋଇ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ୍ ଠାରେ ଥିବା ମାତୃ ଛାୟା ତପୋବନ ଆଶ୍ରମ ରେ ରହୁଥିବା ଅନ୍ତେବାସୀ ମାନଙ୍କ ହୃଦୟ ଓ ମନର ଦୁଃଖ କୁ ହୃଦୟଙ୍ଗମ କରି ବରଗଡ଼ ର ସ୍ୱୟଂ ପ୍ରଭା ସାହିତ୍ୟ ସଂସଦ ର ସଦସ୍ୟା ମାନେ ନୂଆଖାଇ ପୂର୍ବରୁ ଅନ୍ତେବାସୀ ଙ୍କ ପାଇଁ ନୂଆ ସମ୍ବଲପୁରୀ ଶାଢ଼ୀ ଓ ଧୋତି ଗାମୁଛା ପ୍ରଦାନ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।ଆଶ୍ରମ ରେ ରହୁଥିବା ପ୍ରତି ଟି ମାଆ ଙ୍କ ପାଇଁ ଖଣ୍ଡିଏ ଲେଖାଏ ନୂଆ ସମ୍ବଲପୁରୀ ଶାଢ଼ୀ ଓ ବରିଷ୍ଠ ନାଗରିକ ଙ୍କ ପାଇଁ ଧୋତି ଗାମୁଛା ପ୍ରଦାନ କରିଛନ୍ତି ।
ନୂଆଁଖାଇ ପାଳନ ପୂର୍ବରୁ ଖଣ୍ଡିଏ ଲେଖାଏ ନୂଆ ଶାଢ଼ୀ ପାଇବା ପରେ ନିଜକୁ ଅସହାୟ ମନେ କରିଥିବା ଏ ମାଆ ଓ ବାପା ମାନଙ୍କ ମୁହଁରେ ହସ ଫୁଟାଇବା ସହିତ ସେମାନେ ସମାଜ ରେ ଏକା ନୁହନ୍ତି ତାଙ୍କ ସହିତ ସମାଜ ରହିଛି ଏକଥା ହୃଦୟଙ୍ଗମ କରିଥିବା ଅନ୍ତେବାସୀ ପ୍ରକାଶ କରିଥିଲେ ।ସାହିତ୍ୟ ସଂସଦ ର ଏହି ଛୋଟିଆ ପ୍ରୟାସ ନିବିଡ ସମ୍ପର୍କ ଓ ଭାଇ ଚାରା ର ପର୍ବ ନୂଆଖାଇ ଏହା ପ୍ରମାଣିତ ହୋଇଥିବା ବେଳେ ସାହିତ୍ୟ ସଂସଦ ର ଏହି କାର୍ଯ୍ୟ ଜନ ସାଧାରଣ ରେ ପ୍ରଶଂସନୀୟ ହୋଇଛି । ସାହିତ୍ୟ ସଂସଦ ର ସମ୍ପାଦିକା କମଳିନୀ ଦେବୀ ଙ୍କ ନେତୃତ୍ବ ରେ ପବିତ୍ର ଗୁରୁ ଦିବସ ଅବସର ରେ ବରିଷ୍ଠ ସଦସ୍ୟା ଦିବ୍ୟ କାନ୍ତି ଭୋଇ,ମୀନା ପଣ୍ଡା,କବିତା ଦେବତା,ସଂନ୍ତୋଷିନି ଦାଶ,ରାଧାରାଣୀ ପଟ୍ଟନାୟକ,ଗୀତା ଉଦଗାତା ,ବିଜୟା ରାଣୀ ମିଶ୍ର ଜ୍ୟୋସ୍ନା ଦାଶ ପ୍ରମୁଖ ଆଶ୍ରମ କୁ ଯାଇ ଅନ୍ତେବାସୀ ଙ୍କ ସହ ଭାବ ବିନିମୟ କରି ସମସ୍ତ ଙ୍କୁ ନୂତନ ସମ୍ବଲପୁରୀ ଶାଢ଼ୀ ପ୍ରଦାନ କରିବା ସହିତ ଆଗାମୀ ଦିନ ରେ ଅନ୍ୟାନ୍ୟ ସୁବିଧା ଅସୁବିଧା ବି ଯଥା ସମ୍ଭବ ପୁରଣ କରିବା ପାଇଁ ସାହିତ୍ୟ ସଂସଦ ର ସଦସ୍ୟା ଗଣ ସଂକଳ୍ପ ନେଇଥିବା ପରି ପ୍ରକାଶ କରିଥିଲେ।
Ad
Tags
BARGARH NEWS