ସମ୍ବଲପୁରୀ ଦିବସରେ ଅଞ୍ଚଳ ମହାବିଦ୍ୟାଳୟରେ ଆଲୋଚନା ଚକ୍ର
ପଦମପୁର ଅଂଚଳ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆଇ. କ୍ଯୁ. ଏ. ସି. ର ମିଳିତ ଉଦ୍ୟମରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରୀ ଦିନ ପାଳନ ଅବସରରେ"ସମ୍ବଲପୁରୀ ଗୀତ ଆର ଆମର ସଂସ୍କୃତି "ଶୀର୍ଷକ ଏକ ଆଲୋଚନା ଚକ୍ର ରେ ଲୋକପ୍ରିୟ ସମ୍ବଲପୁରୀ ଗୀତ 'ରଙ୍ଗବତୀ 'ର ଲେଖକ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପ୍ରସିଦ୍ଧ ଗାୟକ ବିଭୁତି ପଟ୍ଟନାୟକ , ଦୁଃଖୀ ଶ୍ୟାମ ତ୍ରିପାଠୀ ଓ ଡ଼. ଅକ୍ଷୟ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ଥିଲେ। ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହାବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପଦ୍ମଶ୍ରୀ ଶ୍ରୀ ଗୌନ୍ତିଆ ସମ୍ବଲପୁରୀ ଭାଷାର ଉତ୍ପତ୍ତି ଓ ଏହି ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରି ଛାତ୍ରଛାତୀ ମାନଙ୍କୁ କବି ହେବା ପାଇଁ ପ୍ରୋତ୍ସାହିତ କରିଥିଲେ।ଶ୍ରୀ ଗୌନ୍ତିଆ ମହାବିଦ୍ୟାଳୟ ପାଠଗାରକୁ ସ୍ୱରଚିତ ପୁସ୍ତକ 'ମିତ୍ରଭନୁ ଗ୍ରନ୍ଥାବଳି ଓ ତାଗେ ସୂତା ମାଲେ ଫୁଲ'ଦାନ କରିଥିଲେ।ବିଶିଷ୍ଟ ସମ୍ବଲପୁରୀ ଗାୟକ ଶ୍ରୀ ବିଭୁତି ପଟ୍ଟନାୟକ ସମ୍ବଲପୁରୀ ଗୀତ ଗାନ କରି ସମସ୍ତଙ୍କ ମନ ମୋହି ନେଇଥିଲେ। ସେହିପରି ଶ୍ରୀ ତ୍ରିପାଠୀ ମଧ୍ୟ ସମ୍ବଲପୁରୀ ଭାଷାର ଲୋକପ୍ରିୟତା ଉପରେ ଆଲୋକପାତ କରି ଗୀତ ଗାନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଆମୋଦିତ କରିଥିଲେ।ଅନ୍ୟତମ ଅତିଥି ଶ୍ରୀ ଅକ୍ଷୟ କୁମାର ପଣ୍ଡା ସମ୍ବଲପୁରୀ ଭାଷାକୁ ରୁଦ୍ଦିମନ୍ତ କରିବାରେ କବି ମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।ପ୍ରାଧ୍ୟାପକ ଖଗେଶ୍ୱର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ସରୋଜ କୁମାର ନାଏକ ସଂଯୋଜନା କରିଥିଲେ।ଏହି ଅବସରରେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର ଙ୍କ ରଚିତ 'କଥା ସରିତ ସାଗର' ଅତିଥି ଗଣ ଉନ୍ମୋଚନ କରିଥିଲେ।ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଏହି ଆଲୋଚନା ଚକ୍ର ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଓ ଆଇ. କ୍ଯୁ. ଏ. ସି. କୋଡିନେଟର ଶ୍ରୀ ନବକୃଷ୍ଣ ମିଶ୍ର ମଧ୍ୟ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଶ୍ରୀ ତାରା ପ୍ରସାଦ ଶତପଥି, ପ୍ରାଧ୍ୟାପକା ଶ୍ରୀମତୀ ତାପିନୀ ପଣ୍ଡା, ପ୍ରମୋଦ ତ୍ରିପାଠୀ, ପ୍ରମୋଦ ପାଣିଗ୍ରାହୀ,ଡ. ତୁଷାର କାନ୍ତ ସାହୁ,ଶ୍ରୀମତୀ ପଦ୍ମିନୀ ଦୋରା, ସଞ୍ଜୟ ତିଗଗା,ଡ. ସୁବୋଧ ତ୍ରିପାଠୀ,ଜୟ କୁମାର ଭୁଏ, ବାଳଗୋପାଳ ମେହେର, ମୋନାଲିସା ସ୍ୱାଇଁ, ବୁନି ସାହୁ,ପ୍ରଶାନ୍ତ ସିଦାର ଙ୍କ ସହ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଡ଼. ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Tags
Padampur News