ରାଣା ପ୍ରତାପ ସ୍କୁଲ ରେ ଶିକ୍ଷାସମ୍ପର୍କ ସମନ୍ଵୟ ବୈଠକ
ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ର ବିକାଶ ଓ ସାମଗ୍ରିକ ବିକାଶ ପାଇଁ
ଶିକ୍ଷକ ଓ ଅଭିଭାବକ ମଧ୍ୟରେ ସମ୍ପର୍କ ର ସମନ୍ଵୟ ର ଆବଶ୍ୟକତା ରହିଥିବା ବେଳେ ଶନିବାର ଅଭିଭାବକ ଶିକ୍ଷକ ସଂଘ ଆନୁକୂଲ୍ୟରେ "ଶିକ୍ଷା ସମ୍ପର୍କ ସମନ୍ଵୟ" ବୈଠକ ଅନୁଷ୍ଟିତ ହୋଇ ଯାଇଛି ।ପ୍ରଧାନ ଶିକ୍ଷକ
ସୂଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ଶିକ୍ଷାବିଦ୍ କପିଲ ବାଗ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ସମଗ୍ର ଶିକ୍ଷା ମିଥୁନ ପ୍ରଧାନ ଯୋଗ ଦେଇ ବିଦ୍ୟାଳୟ ସହିତ ଅଭିଭାବକ ଙ୍କ ସମ୍ପର୍କ ଶିକ୍ଷା ପ୍ରଗତି ରେ ସେତୁ ସଦୃଶ ଓ ଏଥି ପାଇଁ ଅଭିଭାବକ ଶିକ୍ଷକ ସଂଘ ବୈଠକ ଏକ ମାଧ୍ୟମ ବୋଲି ଉଲ୍ଲେଖ କରିଥିଲେ ।ଏହି ଅବସର ରେ ଶିକ୍ଷୟିତ୍ରୀ ତପସ୍ଵିନୀ ତ୍ରିପାଠୀ ଗୀତା ଜାଲ ଜ୍ୟୋତ୍ସ୍ନା ତ୍ରିପାଠୀ ସୁନୀତା ମିଶ୍ର ,ବବିତା ନାଏକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଗଣ ଶିକ୍ଷା ବିଭାଗ ର ଗାଇଡ ଲାଇନ୍ ଅନୁସାରେ ସ୍କୁଲ ର ବାର୍ଷିକ କ୍ୟାଲେଣ୍ଡର ଏକଟିଭିଟିଜ୍, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା
ମାଗଣା ପୁସ୍ତକ ବଣ୍ଟନ , ଡ୍ରପ ଆଉଟ୍ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ କୁ ଆଣିବା ଏବଂ ବିଶେଷ କରି ଗ୍ରୀଷ୍ମ ଅବକାଶ ରେ ଛାତ୍ର ଛାତ୍ରୀ ଙ୍କୁ ଦିଆ ଯିବାକୁ ଥିବା ହୋମ ୱର୍କ ର ତଦାରଖ କିପରି ହେବ ସେ ବିଷୟ ରେ ଆଲୋଚନା କରାଯାଇଥିବା ବେଳେ ଅଭିଭାବକ ମାନେ ଅତିରିକ୍ତ ଶ୍ରେଣୀ କୋଠରୀ ଓ ସ୍କୁଲ ଖେଳ ପଡିଆ କୁ ତୁରନ୍ତ ବ୍ୟବହାର ଉପଯୋଗୀ କରିବା ପାଇଁ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିଥିଲେ ।ତେବେ ଏହି ସବୁ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ସଠିକ୍ ଭାବେ କରାଯାଇ ଶିକ୍ଷା ସମ୍ପର୍କ ସେତୁ ମଜବୁତ୍ ହୋଇ ପାରିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ରଥ ମତ ବ୍ୟକ୍ତ କରି ଧନ୍ୟବାଦ୍
ଅର୍ପଣ କରିଥିଲେ ।
Tags
BARGARH NEWS