ରାଣା ପ୍ରତାପ ସ୍କୁଲ ଖେଳ ପଡିଆ ରେ ତହସିଲ ଅଫିସ ନିର୍ମାଣ ମସୁଧା କୁ ବିରୋଧ
୧୯୬୦ ମସିହା ରୁ ସ୍ଥାପିତ ବରଗଡ଼ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ର ଭିତ୍ତି ଭୂମି କୁ ସୁଦୃଢ଼ କରିବା ପାଇଁ ତତ୍କାଳୀନ ବଦାନ୍ୟ ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ୫ଏକର ୫୫ଡି ଜମି ଦାନ କରାଯାଇଥିଲା । ତେବେ ସରକାରୀ ଉଦାସୀନତା ରୁ ଆଜି ପର୍ଯ୍ୟନ୍ତ ଉକ୍ତ ଜମି ସ୍କୁଲ ନାମ ରେ ପଟ୍ଟା ହୋଇ ପାରି ନ ଥିବାରୁ ଜିଲ୍ଲା ପ୍ରଶାସନ ରାଣା ପ୍ରତାପ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ପାଇ ଉଦ୍ଦିଷ୍ଟ ଏହି ଜମି ଉପରେ ବିଭିନ୍ନ ସରକାରୀ ପ୍ରକଳ୍ପ ନିର୍ମାଣ କରି ଚାଲିଥିବା ବେଳେ ବଳକା ଜମି ରେ ଛାତ୍ର ଛାତ୍ରୀ ଖେଳୁଥିବା ଖେଳ ପଡିଆ ରେ ନୂତନ ତହସିଲ ଅଫିସ ବିଲ୍ଡିଙ୍ଗ ନିର୍ମାଣ ମସୁଧା କୁ ବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ( ଆଲୁମୁନି ) କମିଟି ତରଫରୁ ତୀବ୍ର ବିରୋଧ କରାଯାଇଛି ।ପୂର୍ବରୁ ଏହି ମର୍ମ ରେ ଜିଲ୍ଲାପାଳ ବରଗଡ଼ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଖେଳ ପଡିଆ ଭାବେ ବ୍ୟବହୃତ ଜମି ଉପରେ ଆଉ କୌଣସି ପ୍ରକଳ୍ପ ନ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ତେବେ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ପ୍ରକଳ୍ପ ନିର୍ମାଣ ବନ୍ଦ ସମ୍ବନ୍ଧ ରେ ପୁରାତନ ଛାତ୍ର ସଂସଦ କୁ କୌଣସି ସୂଚନା ପ୍ରଦାନ କରା ଯାଇ ନ ଥିବାରୁ ଶୁକ୍ରବାର କମିଟି ର ସଭାପତି ବ୍ରହ୍ମା ମହାକୁଡ ଓ ସମ୍ପାଦକ ସର୍ଦ୍ଦାର ପ୍ରିତମ ସିଂ ଙ୍କ
ନେତୃତ୍ବ ରେ ସେଖ ନିଜାମୁଦ୍ଦିନ୍,ପ୍ରୟାସ ଦାଶ ଓ ବରିଷ୍ଠ ଓକିଲ ଶ୍ରୀ ମୋହିତ ମହାପାତ୍ର ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ତହସିଲଦାର ବରଗଡ଼ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଛାତ୍ର ଛାତ୍ରୀ ଖେଳୁଥିବା ଖେଳ ପଡିଆ ରେ ନୂତନ ତହସିଲ ଅଫିସ ଵିଲ୍ଡିଂ ନିର୍ମାଣ ମସୁଧା ବନ୍ଦ କରିବା ସମେତ ବଳକା ସମସ୍ତ ଜମି ସ୍କୁଲ ନାମ ରେ ତୁରନ୍ତ ପଟ୍ଟା ପ୍ରଦାନ କରା ନ ଗଲେ କମିଟି ଆଗାମୀ ଦିନ ରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।
Tags
BARGARH NEWS