Translate

Nistha Pariwar Bargarh ପୁଅ ଝିଅ ଥାଇ ବାପା ଅଲୋଡ଼ା.. ଶବ ସତ୍କାର କଲା ନିଷ୍ଠା ପରିବାର....

ପୁଅ ଝିଅ ଥାଇ ବାପା ଅଲୋଡ଼ା.. ଶବ ସତ୍କାର କଲା ନିଷ୍ଠା ପରିବାର....
ବରଗଡ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗାଆଁ ରେ କେନାଲ ହିଡ଼ ରେ ବସବାସ କରନ୍ତି ଲରମ୍ ସୁନା ବୟସ ୭୫ବର୍ଷ ଓ ତାଙ୍କ ପତ୍ନୀ ଭାରତୀ ସୁନା ବୟସ ୬୫ବର୍ଷ। ଉଭୟ ଙ୍କ ର ରହିବା ପାଇଁ ଘର ଖଣ୍ଡେ ବି ନ ଥିଲା ତାଙ୍କ ପାଈଁ ବିଗତ ଦିନରେ ଏକ ଘର ତିଆରି କରିଥିଲା ନିଷ୍ଠା ପରିବାର। ଗତ ବର୍ଷ ଲରମ୍ ସୁନା ଙ୍କ ପତ୍ନୀ ଭାରତୀ ସୁନା ଙ୍କ ର ମୃତ୍ୟୁ ହୁଏ। ଘରେ ଏକା ରୁହଥିଲେ ଲରମ୍ ସୁନା.. ତାଙ୍କ ର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି ଝିଅ ବାହା ହେଲା ପରେ ଇଟା ଗଢ଼ିବା ପାଇଁ ବାହାର ରାଜ୍ୟ କୁ ଯାଇଥିବା ବେଳେ ପୁଅ ର ମାନସିକ ସ୍ଥିତି ଠିକ୍ ନ ଥିବାରୁ ଦିର୍ଘ ଦିନ ରୁ ଘରୁ କେଉଁ ଆଡେ ଚାଲିଯାଇଛି ।ଲରମ୍ ସୁନା ଭଲ ଭାବରେ ଶୁଣି ପାରନ୍ତି ନାହିଁ, କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଏକା ଘରେ ପଡ଼ି ରହିଥିଲେ। ପଡା ବାସୀ ତାଙ୍କୁ ଖାଦ୍ୟ ପେୟ ଦେଉଥିଲେ। ପଡା ବାସୀ ଆମ ନିଷ୍ଠା ପରିବାର କୁ ଫୋନ ମାଧ୍ୟମ ରେ ଖବର ଦେଲେ ଯେ ଲରମ୍ ସୁନା ଅତ୍ୟନ୍ତ ଅସୁସ୍ଥ ଅଛନ୍ତି ତାଙ୍କୁ ଚିକିତ୍ସା ର ଆବଶ୍ୟକତା ଅଛି।ଦୀର୍ଘ ତିନି ମାସ ତାଙ୍କ ର ଚିକିତ୍ସା କଲା ପରେ ତାଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଥିଲା।ପାଣି ଟିକେ ଦେବା ପାଇଁ ପାଖରେ ନାଁ ଥିଲା ପୁଅ ନାଁ ଥିଲା ଝିଅ।ସମସ୍ତେ ଥାଇ ଅସହାୟ ଜଣେ ବୃଦ୍ଧା ବାପା ।ବାପା ର ମୃତ୍ୟୁ ଖବର ଆନ୍ଧ୍ର ପ୍ରଦେଶ ରେ ଥିବା ଝିଅ ସୁକାନ୍ତି ସୁନା କୁ ଦିଆଯାଇଥିଲା। ଝିଅ ଆନ୍ଧ୍ର ପ୍ରଦେଶ ରୁ ଆସିଲା ସତ କେବଳ ମୃତ ବାପା ର ମୁଁହଁ ଦେଖି ଓ ନିଷ୍ଠା ପରିବାର କୁ ଧନ୍ୟବାଦ ଦେଇ ତୁରନ୍ତ ଡାକ୍ତରଖାନା ପରିସରରୁ ଉଭାନ ହୋଇଗଲା ଝିଅ ସୁକାନ୍ତି ଓ ଜ୍ବାଇଁ।ଶବ ସତ୍କାର ପାଇଁ ମଧ୍ୟ ତା ପାଖ ରେ ସମୟ ନ ଥିଲା। ଏ ସବୁ ଦେଖିଲା ପରେ ଏକ ପ୍ରଶ୍ନ ଆସେ ଯେ ଆମ ସମାଜ ର ଗତି କୁଆଡେ...?ତାପରେ ସସମ୍ମାନେ ମୃତ ଲରମ ସୁନା ଙ୍କ ଶବ ସତ୍କାର କରିଥିଲା ନିଷ୍ଠା ପରିବାର। ସ୍ୱର୍ଗତ ଲରମ ଙ୍କ ଚିକିତ୍ସା ଠୁ ନେ଼ଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ତୁଲାଇଥିଲା ନିଷ୍ଠା ପରିବାର। ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ମାନସ ମେହେର ଓ ରାକେଶ ବାରିକ ଉପସ୍ଥିତ ଥିଲେ।

Post a Comment

COMMENT YOUR THOUGHT

Previous Post Next Post
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

वीडियो समाचार बुलेटिन

▶ VIDEO NEWS

श्री श्याम संदेश यूट्यूब बुलेटिन

हमारे यूट्यूब चैनल (@shreeshyamsandeshnews) से ताज़ा एवं चुनिंदा वीडियो रिपोर्ट

यूट्यूब चैनल से वीडियो लोड हो रहे हैं...

Newspaper Daily Dispatch

SHREE SHYAM SANDESH • NATIONAL & REGIONAL DESK

The Daily Dispatch

Today's Edition
Loading today's newspaper edition...

🏛️ हमारे आधिकारिक पृष्ठ (Official Pages)

ई-पेपर, संपादकीय टीम, संपर्क सूत्र एवं पोर्टल नीतियां