ମୁମୂର୍ଷୁ ଅବସ୍ଥା ରେ ବୃଦ୍ଧ ଙ୍କୁ ଉଦ୍ଧାର କଲେ ସ୍ବେଛାସେବୀ ସଂଘମିତ୍ରା
ମଙ୍ଗଳବାର ବରଗଡ଼ ହସ୍ପିଟାଲ ରୋଡ ରେ ଜଣେ ବୃଦ୍ଧ ମୁମୂର୍ଷୁ ଅବସ୍ଥା ରେ ପଡ଼ିଥିବା ଦେଖି ନିକଟସ୍ଥ ଔଷଧ ଦୋକାନୀ ରୀନା ପାଣିଗ୍ରାହୀ ବୃଦ୍ଧ ଜଣକ ଜୀବିତ ଥିବା ଜାଣି ଗ୍ଲୁକୋଜ ପାଣି ପିଆଇ ସାମାଜିକ କର୍ମୀ ସଂଘମିତ୍ରା ପଟେଲ ଙ୍କୁ ଯୋଗାଯୋଗ କରିଥିଲେ ।ଖବର ପାଇ ଶ୍ରୀମତି ପଟେଲ ଉକ୍ତ ସ୍ଥାନ ରେ ପହଞ୍ଚି ବୃଦ୍ଧ ଙ୍କୁ ଉଦ୍ଧାର କରି ସହଯୋଗୀ ଶେଖର ଗହିର ଓ ରୀନା ପାଣିଗ୍ରାହୀ ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଡକାଇ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ । ତେବେ ଉଦ୍ଧାର ହୋଇ ଥିବା ରାଜକୁମାର ସେଠିଆ ୬୭ ବର୍ଷୀୟା ବୃଦ୍ଧ ଜଣକ ମୂଳ ନିବାସୀ ନେପାଲ ର ହୋଇ ଥିବା ଜଣା ପଡ଼ିଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ରେ ଉନ୍ନତି ନ ହେବାରୁ ତାଙ୍କୁ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଥିବା ସମାଜ ସେବୀ ସଂଘମିତ୍ରା ପଟେଲ ସୂଚନା ଦେଇଛନ୍ତି ।