ବରଗଡ ପୌରପରିଷଦ କୁ ଏକ ସ୍ଵତନ୍ତ୍ର ରାଜସ୍ବ ମଣ୍ଡଳ କରିବା ପାଇଁ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ଓଡିଶା ସରକାର ଙ୍କୁ ରାଜ୍ଯ ସଚିବାଳୟରେ ଭେଟି ଦାବୀପତ୍ର ପ୍ରଦାନ କଲି।
ଏଠାରେ ଉଲ୍ଲେଖଯୋଗ୍ଯ ଯେ ବର୍ତ୍ତମାନ ବରଗଡ ରାଜସ୍ବ ମଣ୍ଡଳରେ ବରଗଡ, ବ୍ରହ୍ମଚାରୀ,ଅମ୍ବାପାଲି,ହଲଦୀପାଲି ,ତେନ୍ତଲା, ବରଡୋଲ, ଖଲିଆପାଲି,ଡାଙ୍ଗ ମୌଜା ସନ୍ନିହିତ ଅଛି।ଜନସଂଖ୍ୟା ବୃଦ୍ଧି ଯୋଗୁଁ ରାଜସ୍ବ ଜନିତ ମାମଲାର ଅହେତୁକ ବୃଦ୍ଧି ଘଟିଛି ତେଣୁ ଏହି ମଣ୍ଡଳ ଉପରେ ଅତ୍ୟଧିକ ଚାପ ଯୋଗୁଁ ଜନସାଧାରଣ ସମୟୋଚିତ ସେବା ପାଇ ପାରୁ ନାହାଁନ୍ତି। ତେଣୁ ଏହି ମଣ୍ଡଳ ର ବିଭାଜନ ଜରୁରୀ ହୋଇ ପଡିଛି।
![]() |
AD : Best Wholesale stationary Shop |
Tags
BARGARH NEWS