*ସମାଜ ସେବୀ ଙ୍କ ଶବ ଦାହ କାର୍ଯ୍ୟ ରେ ବାଧା, ହଟହଟା ହେଲେ ସମାଜ ସେବୀ*
ବରଗଡ ୨୦/୮/୨୪ ବରଗଡ ଜିଲ୍ଲା ପଦ୍ମପୁର ଅଂଚଳ ରୁ ଗାଇସିଲେଟ ରେ ଏକ ଅଜଣା ବ୍ୟକ୍ତି ରୋଗଗ୍ରସ୍ତ ଅବସ୍ଥା ରେ ଥିଲେ। ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବରଗଡ ଖେଦାପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନା କୁ ଆଣିବା ସମୟରେ ସେହି ଅଜଣା ରୋଗୀ ଙ୍କ ର ମୃତ୍ୟୁ ହୋଇଯାଇଥିଲା। ଖେଦାପାଲି ରେ ଡାକ୍ତର ଭଟଲି ପୋଲିସ କୁ ଯୋଗାଯୋଗ କରିବା ପରେ ଭଟଲି ପୋଲିସ ଆସି ତଦନ୍ତ କରିବା ସମୟରେ ମୃତ ବ୍ୟକ୍ତି ଙ୍କ ପକେଟ ରୁ ଏକ ଆଧାର କାର୍ଡ ପାଇଥିଲେ। ଆଧାର କାର୍ଡ ର ଠିକଣା ଅନୁସାରେ ମୃତ ବ୍ୟକ୍ତି ଙ୍କ ଘର କୁ ଏସ ଆଇ ଦୀପକ ସାହୁ ଯୋଗାଯୋଗ କରିଥଲେ।ମାତ୍ର ସେମାନେ ଆସିବାକୁ ଅସମର୍ଥ ଥିବାରୁ ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ଶବଦାହ ପାଇଁ ଅନୁରୋଧ କରିଥିଲେ। ସଂଘମିତ୍ରା ପଟେଲ ଘଟଣା ସ୍ଥଳ କୁ ଆସିବା ପରେ ଅଜଣା ମୃତ ବ୍ୟକ୍ତି ଙ୍କ ଠିକଣା ଜାଣିବାରୁ ମୃତ ବ୍ୟକ୍ତି ର ଶବ ଦାହ ସକାଶେ ଯାହା କାଗଜ ପତ୍ର ଦରକାର ପଡୁଥିଲା ତାହା ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହୋଇଥିଲେ ହେଁ ମିଳି ନଥିଲା। ଯାହା ଫଳ ରେ ସାଦା କାଗଜ ରେ ଲେଖା ଲେଖି କରିବାରୁ କିଛି ସମୟ ବିଳମ୍ବ ହୋଇଥିଲା। ସେହି ସମୟରେ ଶବଦାହ ଗାଡ଼ି ର ଚାଳକ ମୃତ ବ୍ୟକ୍ତି ଙ୍କୁ ନେବା ପାଇଁ ମନା କରିଥିଲେ ଓ ସମାଜ ସେବୀ ସଂଘମିତ୍ରା ଙ୍କୁ ଅସମ୍ମାନ କରି ପୋଲିସ ସହିତ ମଧ୍ୟ ଯୁକ୍ତି ବାଢିଥିଲେ ଓ ତାଚ୍ଛଲ୍ୟ କରି ସମାଜ ସେବୀ ମାନେ ଗୁହ ମୁତ ସଫା କରନ୍ତି ଏଇଟା ଗୁଟେ କଣ ସମାଜ ସେବା କି ବୋଲି ହସି ଉଡାଇଦେଇଥିଲେ ଯାହା ଫଳ ରେ ସମାଜ ସେବୀ ସଂଘମିତ୍ରା ଙ୍କ ସହିତ ଥିବା ସହଯୋଗୀ ମାନଙ୍କୁ ବହୁତ ଖରାପ ଲାଗିଥିଲା ଓ କୁଠାର ଘାତ ହୋଇଥିଲା। ସେହି ଚାଳକ ଜଣକ ସେଠାରୁ ଚାଲିଯିବା ପରେ ତିନି ଘଣ୍ଟା ପର୍ଯ୍ୟନ୍ତ ଆଉ ଆସିନଥିଲା। ତେଣୁ ସ୍ବେଛାସେବୀ ଓ ପୋଲିସ କୁ ବହୁତ ହଇରାଣ ହେବାକୁ ପଡିଥିଲା। ଏହି ଘଟଣା କୁ ସମାଜସେବୀ ସଂଘମିତ୍ରା ଏ ଡି ଏମ ଓ, ଏବଂ ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କୁ ଜଣାଇ ଥିଲେ।
ବିଧାୟକ ଶ୍ରୀ ଷଡ଼ଙ୍ଗୀ ଶବ ଦାହ ନିମନ୍ତେ ଆବଶ୍ୟକ କାଠ ପ୍ରଶାନ୍ତ ବେହେରା ଙ୍କ ମାଧ୍ୟମ ରେ ଆବଶ୍ୟକ ପରିମାଣ ର କାଠ ଯୋଗାଇ ଦେଇଥିବାରୁ ତାଙ୍କ ପ୍ରତି ସଂଘମିତ୍ରା ପଟେଲ ଧନ୍ୟବାଦ ଜଣାଇଛନ୍ତି। ସ୍ଵେଛାସେବୀ ଙ୍କୁ ସହଯୋଗ କରିବା ପାଇଁ ୮୧ ବର୍ଷ ବୟସରେ ଶ୍ରୀ ମନ ମାଷ୍ଟ୍ରେ ପହଞ୍ଚିଥିଲେ ତାଙ୍କ ସହିତ ସ୍ୱସ୍ତିକ କୁମାର ଦାଶ, ଚନ୍ଦ୍ରଶେଖର ଗହୀର, ହୃଷିକେଶ ଛତର ଓ ନଦୀ ପଡା ର ଅନେକ ପିଲା ମାନେ ଆସି ଶବ ଦାହ ରେ ସହଯୋଗ କରିଥିଲେ।