*ଭଗବାନ ମିଶ୍ର ସ୍ମୃତି ସମିତିର ହିନ୍ଦୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ*
ବରଗଡ଼ ଭଗବାନ ମିଶ୍ର ସ୍ମୃତି ସମିତି ର ଏକ ପ୍ରସ୍ତୁତି ବୈଠକ ସଭାପତି ସର୍ଦ୍ଦାର ପ୍ରିତମ ସିଂ ଙ୍କ ସଭାପତିତ୍ୱ ରେ ସମିତି ର ଅଫିସ ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଥିଲା।ଆଗାମୀ ଜାନୁଆରୀ ୨୩ ତାରିଖରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ ଠାରେ *ଷଷ୍ଠ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ* ହିନ୍ଦୀ ପ୍ରତିଯୋଗିତା ପାଇଁ ବରଗଡ଼ ଜିଲ୍ଲା ର ସମସ୍ତ ସ୍କୁଲକୁ ସୂଚନା ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା।ଏହି ପ୍ରତିଯୋଗିତା ତିନୋଟି ଗ୍ରୁପ ରେ କରାଯାଇ ପ୍ରତ୍ୟେକ ଗ୍ରୁପ ର ଶ୍ରେଷ୍ଠ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ଙ୍କୁ ଆସନ୍ତା ଫେବୃଆରୀ ୧୮ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପୁରସ୍କୃତ କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଏହି ବୈଠକ ରେ ସମିତି ର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ସମ୍ପାଦକ ପ୍ରଫେସର ପ୍ରତୁଳ ଚନ୍ଦ୍ର ତ୍ରିପାଠୀ,ଉପଦେଷ୍ଟା ପ୍ରଫେସର ସନ୍ତୋଷ ପଣ୍ଡା, ଉପସଭାପତି ମନୋରମା ଷଡ଼ଙ୍ଗୀ, ଅରବିନ୍ଦ ଗୁପ୍ତା, ଜଗଦୀଶ ସୈନ,ରାମକୃଷ୍ଣ ଠାକୁର, ନିଳାମ୍ବର ମେହେର,ରେଣୁ ଅଗ୍ରୱାଲ, ଇଂ ମୁଗ୍ଧା ଦାଶ, ବାଳକୃଷ୍ଣ ମିଶ୍ର, ନବକୃଷ୍ଣ ମିଶ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପରିଶଷରେ ଶ୍ରୀମତୀ ରେଣୁ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Tags
BARGARH NEWS